ପତ୍ନୀଙ୍କ ସହ ଭୋଟ ଦେଲେ ଦେଶର ପ୍ରଥମ ନାଗରିକ

ନୂଆଦିଲ୍ଲୀ: ଆଜି ଥିଲା ୬ଷ୍ଠ ପର୍ଯ୍ୟାୟ ମତଦାନ। ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭବନରେ ପ୍ରତିଷ୍ଠା ହୋଇଥିବା ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ ।

ରାଷ୍ଟ୍ରପତିଙ୍କ ସହ ପ୍ରଥମ ମହିଳା ଅର୍ଥାତ ରାଷ୍ଟ୍ରପତିଙ୍କ ପତ୍ନୀ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସାଧାରଣ ଭୋଟରଙ୍କ ଭଳି ଲାଇନରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରିଥିଲେ ଉଭୟ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ।  ସୂଚନାଥାଉ କି, ଆଜି ଦିଲ୍ଲୀର ସମସ୍ତ ୭ଟି ଯାକ ଆସନରେ ମତଦାନ ହେଉଛି

You might also like