ଇଶା ଯୋଗ ସଂସ୍ଥା କାର୍ଯ୍ୟକ୍ରମରେ ଯୋଗଦେଲେ ରାଷ୍ଟ୍ରପତି

କୋଏମ୍ବାଟୁର୍  : ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଏମ୍ବାଟୁର୍ ସ୍ଥିତ ଇଶା ଯୋଗ ସଂସ୍ଥାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ମହାଶିବରାତ୍ରୀ ଉପଲକ୍ଷେ ଏଠାରେ ଆୟୋଜିତ ହୋଇଥିଲା ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ। ରାଷ୍ଟ୍ରପତି କୋବିନ୍ଦଙ୍କ ସହ ଇସା ଯୋଗ ସଂସ୍ଥା ପ୍ରତିଷ୍ଠାତା ସଦ୍‌ଗୁରୁ ଯାଗୀ ବାସୁଦେବ ଉପସ୍ଥିତ ଥିଲେ।

ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା, ଆଳତୀ ସହ କିଛି ସମୟ ବିତାଇଥିଲେ ରାଷ୍ଟ୍ରପତି କୋବିନ୍ଦ ଓ ତାଙ୍କ ପତ୍ନୀ। ଏହି ଅବସରରେ ପୁଲୱାମା ହମ୍‌ଲାରେ ସହିଦଙ୍କ ସ୍ମୃତି ଚାରଣ କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟ ଗାନ୍ଧିନଗର ସ୍ଥିତ ଧୋଲେଶ୍ୱର ମହାଦେବଙ୍କୁ ଦର୍ଶନ କରିଛନ୍ତି।

ଶିବରାତ୍ରୀ ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ମନ୍ଦିର ବେଢା ପରିକ୍ରମା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ମୋଦିଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଉପସ୍ଥିତ ଥିଲେ।

You might also like