Pranab Mukharjee Death: ପ୍ରଣବ ଦା’ଙ୍କ ପରଲୋକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ଓ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କର (Pranab Mukharjee) ଆଜି ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି। ତାଙ୍କ ପରଲୋକରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏବଂ ଅନେକ ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ:

ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି, ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଖବର ଶୁଣି ହୃଦୟରେ ଖୁବ୍ ଆଘାତ ଲାଗିଛି। ତାଙ୍କ ଦେହାନ୍ତ ଏକ ଯୁଗର ଅବସାନ। ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ପରିବାର, ବନ୍ଧୁ ପରିଜନ ଏବଂ ସମସ୍ତ ଦେଶବାସୀଙ୍କ ପ୍ରତି ମୁଁ ଗଭୀର ଶୋକ ସମବେଦନା ଜଣାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି:

‘ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଦେଶବାସୀଙ୍କୁ ମର୍ମାହତ କରିଛି। ସେ ଜଣେ ଷ୍ଟେଟ୍ସମ୍ୟାନ୍ ଥିଲେ, ଯିଏ ରାଜନୀତିକ ଏବଂ ସାମାଜିକ କ୍ଷେତ୍ରରେ ନିଜର ଛାପ ଛାଡ଼ିଛନ୍ତି। ପ୍ରଣବ ମୁଖାର୍ଜୀ ନିଜର ରାଜନୀତିକ କ୍ୟାରିୟର ମଧ୍ୟରେ ଆର୍ଥିକ ଓ ସାମରିକ କ୍ଷେତ୍ରରେ ବିଶେଷ ଯୋଗଦାନ କରିଛନ୍ତି। ସେ ଜଣେ ଅତ୍ୟନ୍ତ ଉତ୍ତମ ସାଂସଦ ଥିଲେ, ଯିଏ ସର୍ବଦା ଜବାବ ଦେବା ପାଇଁ ପ୍ରସ୍ତୁତ ରହୁଥିଲେ।

ଗୃହମନ୍ତ୍ରୀ ଅମିତ୍ ଶାହ:

‘ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀ ଜଣେ ଉଜ୍ଜ୍ୱଳ ନେତା ଥିଲେ, ଯିଏ ଦେଶର ସେବା କରିଛନ୍ତି। ପ୍ରଣଣବ ଜୀ’ଙ୍କର ରାଜନୀତିକ କ୍ୟାରିୟର ପୂରା ଦେଶ ପାଇଁ ଗର୍ବର କଥା। ପ୍ରଣବ ନା’ ନିଜର ପୂରା ଜୀବନ ଦେଶର ସେବାରେ ଲଗାଇଛନ୍ତି। ତାଙ୍କର ଦେହାନ୍ତ ପରେ ଦେଶର ସାର୍ବଜନୀନ ଜୀବନକୁ ବଡ଼ କ୍ଷତି ପହଞ୍ଚାଇଚି। ତାଙ୍କ ପରିବାର ଓ ଅନୁଗାମୀଙ୍କୁ ମୋର ଗଭୀର ସମଦେବନା। ଓମ୍ ଶାନ୍ତି ଶାନ୍ତି ଶାନ୍ତି।

ରାଜନାଥ ସିଂହ:

ପ୍ରଣବ ଦା’ଙ୍କ ଚରିତ୍ର ସରଳତା, ସଚ୍ଚୋଟତାରେ ଭରପୂର ଥିଲା। ସେ ସମ୍ପୂର୍ଣ୍ଣ ନିଷ୍ଠାର ସହ ଦେଶର ସେବା କରିଛନ୍ତି। ସାଧାରଣ ଜୀବନରେ ତାଙ୍କର ଅବଦାନ ମଧ୍ୟ ଅମୂଲ୍ୟ ଥିଲେ। ତାଙ୍କ ଶୋକସନ୍ତପ୍ତ ପରିବାରକୁ ମୋର ଗଭୀର ସମବେଦନା। ଓମ୍ ଶାନ୍ତି

ନିର୍ମଳା ସୀତାରମଣ:

ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଖବର ପାଇ ଦୁଃଖିତ। ଦୀର୍ଘ ଦଶନ୍ଧି ଧରି ସେ ବିଭିନ୍ନ କ୍ଷମତା ସହ ଦେଶର ସେବା କରିଛନ୍ତି। ସମୟାନୁକ୍ରମେ, ଦେଶ ତାଙ୍କର ବିଚକ୍ଷଣ ବୃଦ୍ଧି ଦ୍ୱାରା ଲାଭାନ୍ୱିତ ହୋଇଛି। ଭାରତ ଜଣେ ଅଭିଜ୍ଞ ନେତାକୁ ହରାଇଛି। ସମବେଦନା।

ରାହୁଲ୍‌ ଗାନ୍ଧି:

ଆମର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦୁଃଖଦ ଦେହାନ୍ତ ଖବର ପାଇଲି। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଦେଶ ସହ ସାମିଲ୍ ହୋଇଛି। ଶୋକ ସନ୍ତପ୍ତ ପରିବାର ଓ ବନ୍ଧୁଜନଙ୍କ ପ୍ରତି ମୋର ଗଭୀର ସମବେଦନା।

ମମତା ବାନାର୍ଜୀ:

ଗଭୀର ଦୁଃଖର ସହ ଲେଖୁଛି ଯେ ଆମକୁ ଛାଡ଼ି ଚାଲିଗଲେ ‘ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀ। ଏହା ସହ ଏକ ଯୁଗର ଅବସାନ ଘଟିଛି। ଦଶନ୍ଧି ଧରି ସେ ପିତା ସଦୃଶ ଥିଲେ। ସାଂସଦ ଭାବେ ମୋର ପ୍ରଥବ ବିଜୟଠାରୁ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କ ସହ ମୋର ଅନେକ ସ୍ମରଣୀୟ ମୁହୂର୍ତ୍ତ ରହିଛି। ଏବେ ପ୍ରଣବ ଦା’ଙ୍କ ବିନା ଦିଲ୍ଲୀ ଯିବା କଳ୍ପନା କରିହେବନି। ରାଜନୀତିଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ, ସବୁଥିରେ ସେ କିମ୍ବଦନ୍ତୀ ଥିଲେ। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା।

You might also like