କିପରି ଜନ୍ମ ନେଲା କରୋନା, ୯୦ ଦିନ ଭିତରେ ରିପୋର୍ଟ ଦିଅ

ଆମେରିକାର ଗୁପ୍ତଚର ସଂସ୍ଥାକୁ ଜୋ ବାଇଡେନଙ୍କ ନିର୍ଦ୍ଦେଶ

ୱାସିଂଟନ୍ : କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ୯୦ ଦିନ ଭିତରେ ରିପୋର୍ଟ ଦିଅ । ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର ଗୁପ୍ତଚର ସଂସ୍ଥାଗୁଡ଼ିକୁ କୋଭିଡ -୧୯ (କରୋନାଭାଇରସ) ମହାମାରୀର ଅନୁସନ୍ଧାନ ପାଇଁ ପ୍ରୟାସକୁ ଦ୍ୱିଗୁଣିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ସଂକ୍ରମିତ ପ୍ରାଣୀ ଠାରୁ ମଣିଷକୁ କିମ୍ବା ଲାବୋରେଟୋରୀରେ ଘଟିଥିବା ଦୁର୍ଘଟଣାରୁ କରୋନା ଭାଇରସ ସୃଷ୍ଟି ହୋଇଛି ତାହାର ସିଦ୍ଧାନ୍ତ ନେବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଛି । ଯାଂଚରେ ସହଯୋଗ କରିବାକୁ ଆମେରିକାର ଜାତୀୟ ଲାବୋରେଟୋରୀ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ମହାମାରୀର ଉତ୍ପତ୍ତି ସମ୍ପର୍କରେ ଆନ୍ତର୍ଜାତୀୟ ଅନୁସନ୍ଧାନରେ ଚୀନ୍କୁ ସହଯୋଗ କରିବାକୁ କହିଛନ୍ତି ଜୋ ବାଇଡେନ୍ ।

ଆମେରିକା ସାରା ବିଶ୍ୱରେ ସମାନ ବିଚାରଧାରା ସହ କାମ ଜାରି ରଖିଛି । ଯଦ୍ୱାରା ଅନ୍ତର୍ଜାତୀୟ ଯାଞ୍ଚରେ ଭାଗ ନେବାପାଇଁ ତଥା ପ୍ରାରମ୍ଭିକ ଅଧ୍ୟୟନ ଅନୁସାରେ ସାକ୍ଷୀ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଚୀନ ଉପରେ ଚାପ ପୟୋଗ କରାଯିବ । ଅନ୍ତର୍ଜାତୀୟ ଯାଂଚରେ ଚୀନ ସରକାର ସମ୍ପୂର୍ଣ୍ଣ ରୂପେ ସହଯୋଗ କରୁନଥିବାରୁ ନିଷ୍କର୍ଷ ବାହାରିବା କଷ୍ଟକର କଥାକୁ ଖାରଜ କରିଛନ୍ତ ଜୋ ବାଇଡେନ୍ । ଆମେରିକା ରାଷ୍ଟ୍ରପତି ତୁରନ୍ତ ଯାଂଚ ଆରମ୍ଭ କରି ୯୦ ଦିନ ଭିତରେ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି ।

ସେପେଟେ ଚୀନ ଲ୍ୟାବରେ ହୋଇଥିବା ଯାଂଚ ଉପରେ ପୁନର୍ବିଚାର କରିପାରନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକ । କରୋନା ଭାଇରସର ଉତ୍ପତ୍ତି ଚୀନର ଉହାନ ଲାବରୁ ବ୍ୟାପିଥିବା ସାରା ବିଶ୍ୱ କହୁଥିବା ବଳେ ପୁଣି ଥରେ ଅଧ୍ୟୟନ କରିବ ଡବ୍ଲୁ୍ୟଏଚଓ । ଏବେ ସୁଦ୍ଧା ସାରା ବିଶ୍ୱରେ ୧୬.୮୫ କୋଟି କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୫.୦୧ ଲକ୍ଷ ଲୋକ ଜୀବନ ହାରିଛନ୍ତି ।

କରୋନା ଭାଇରସର ଉତ୍ପତ୍ତି ଉପରେ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ଆମେରିକା ପୁଣି ଥରେ ଚୀନ୍ ଉପରେ ଚାପ ପକାଇଛି । ହ୍ୱାଇଟ ହାଉସର ବରିଷ୍ଠ ଉପଦେଷ୍ଟା ଆଣ୍ଟି ସ୍ଲେଭିଟ୍ କହିଛନ୍ତି, ବିଶ୍ୱବାସୀ କରୋନା ମହାମାରୀର ମୂଳ ସମ୍ପର୍କରେ ଜାଣିବା ଉଚିତ୍ । ଏହି ପରିପ୍ରେକ୍ଷୀରେ ଚୀନ୍ ଏବଂ ଡବ୍ଲୁ୍ୟଏଚଓ ଏକ ନିର୍ଦ୍ଦିଷ୍ଟ ଉତ୍ତର ପାଇବା ପାଇଁ ଅଧିକ ଉଦ୍ୟମ କରିବା ଆବଶ୍ୟକ ।

You might also like