ଜୋ ବାଇଡେନଙ୍କ ଘୋଷଣା; ‘ହୁ’ ସହ ପୁଣି ମିଶିବ ଆମେରିକା

ୱାଶିଂଟନ୍‌: ଚୀନ ସମର୍ଥନର ଅଭିଯୋଗ ଆଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଠାରୁ ଅଲଗା ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ, କିନ୍ତୁ ରାଷ୍ଟ୍ରପତି ଭାବେ ନର୍ବାଚିତ ହେବା ପରେ ହୁ ସହ ମିଶି କାମ କରିବାକୁ ଘୋଷଣା କରିଛନ୍ତି ନବନିର୍ବାଚିତ ଜୋ ବାଇଡେନ। ଆସନ୍ତା ବର୍ଷ ଜାନୁଆରୀ ୨୦ ତାରିଖରେ ବାଇଡେନ୍‌ ରାଷ୍ଟ୍ରପତି ଭାବେ ଶପଥ ନେବେ। ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ସହ ମିଶି‌  ପୁଣିଥରେ ବିକାଶ ପଥରେ କାର୍ଯ୍ୟ କରିବେ ବୋଲି ସେ‌ ଘୋଷଣା କରିଛନ୍ତି।

ଏନେଇ ବାଇଡେନ କହିଛନ୍ତି ଯେ ବିଶ୍ୱରେ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ  ଆମେ ‘ହୁ’ ସହିତ ମିଶି କାମ କରିବାକୁ ପ୍ରସ୍ତୁତ। ତା ସହିତ ଚୀନ୍‌ ଯେମିତି ସୀମା ଭିତରେ ରହିବ ସନେଇ ମଧ୍ୟ ଦୃଷ୍ଟି ଦିଆଯିବ। ଚୀନ୍‌ ସମ୍ପର୍କୀୟ ଏକ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି ବାଇଡେନ। ସେ ଆହୁରି ମଧ୍ୟ କହିଛନ୍ତି ଯେ କାହାକୁ ମନଇଛା କିଛି କରିବା ପାଇଁ ଦିଆଯିବ ନାହିଁ। ଆବଶ୍ୟକ ପଡ଼ିଲେ କଠୋର ନିଷ୍ପତ୍ତି ନିଆଯିବ।

ଇଲେକ୍ସନ କ୍ୟାମ୍ପେନିଂ ସମୟରେ ବାଇଡେନ୍‌ ଚୀନ୍‌କୁ ନେଇ ବୟାନ ଦେଇଥିଲେ। କରୋନା ଭାଇରସ୍‌କୁ ନେଇ ଚୀନ୍‌ର ଅନିୟମିତତା ପାଇଁ ସେ ଚୀନ୍‌କୁ ସଜା ଦେବାକୁ କହିଥିଲେ। ଏଥିରେ ସେ ଆର୍ଥିକ ପ୍ରତିବନ୍ଧ ସହ ଟ୍ୟାକ୍ସ ବୃଦ୍ଧି କରିବାକୁ କହିଥିଲେ।

ଗତ ଏପ୍ରିଲ୍‌ ମାସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସନ୍ତେଷ ପ୍ରକାଶ କରି ‘ହୁ’ ଠାରୁ ଅଲଗା ହୋଇଯାଥିଲେ। ଏବଂ ‘ହୁ’ କୁ ପାଣ୍ଠି ଯୋଗାଣ ବନ୍ଦ କରିଦେଇଥିଲେ। ଚୀନ୍‌ର ପକ୍ଷ ନେଇ ‘ହୁ’ କାମ କରୁଥିବା ସେ ଅଭିଯୋଗ କରିଥିଲେ।

ତେବେ ନିର୍ବାଚନ ପୂର୍ବରୁ ଚୀନ ଉପରେ ଗରମ ଦେଖାଉଥିବା ବାଇଡେନ୍‌ଙ୍କ ସ୍ୱର ଏବେ ନରମ ପଡ଼ିଛି। ସେ‌ ବର୍ତ୍ତମାନ ଚୀନ୍‌କୁ ସଜା ଦେବାକୁ ଚାହୁଁ ନ ଥିବା କହିଛନ୍ତି। କିନ୍ତୁ ଚୀନ୍‌କୁ ବୁଝାଇବାକୁ ଚାହୁଁଛନ୍ତି ଯେ ଅନ୍ୟ ଦେଶ ଭଳି ସେ ମଧ୍ୟ ଆଇନ୍‌-କାନୁନ୍‌ର ପାଳନ କରିବା ଉଚିତ୍‌। ନଚେତ୍‌ ଏହାର ପରିଣାମ ଖରାପ ହେବ ବୋଲି ବାଇଡେନ୍‌ କହିଛନ୍ତି।

ଆହୁରି ପଢ଼ନ୍ତୁ

ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

You might also like