ଚେତାବନୀ ଦେଲେ ଟ୍ରମ୍ପ- ’ସ୍କୁଲ ଖୋଲ, ନ ହେଲେ ଫଣ୍ଡ ମିଳିବନି’

ୱାଶିଂଟନ୍‌: ମାରାତ୍ମକ କରୋନା ଜୀବାଣୁ ବିପର୍ଯ୍ୟୟ ସତ୍ତ୍ୱେ ଆମେରିକାରେ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏପରି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି ବିଦ୍ୟାଳୟଗୁଡ଼ିକ ଖୋଲା ନଯାଏ ତେବେ ସ୍କୁଲକୁ ଦିଆ ଯାଉଥିବା ପାଣ୍ଠି ବନ୍ଦ କରାଯିବ।

ଟ୍ରମ୍ପ ଅଭିଯୋଗ କରିଛନ୍ତି, ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସୁରକ୍ଷା ନିର୍ଦ୍ଦେଶାବଳୀ ଅଯୌକ୍ତିକ ଏବଂ ମହଙ୍ଗା ଅଟେ। ଏହାର କିଛି ସମୟ ପରେ ଆମେରିକାର ଉପରାଷ୍ଟ୍ରପତି ମାଇକ ପେନ୍ସ ଘୋଷଣା କରିଛନ୍ତି ଯେ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଆସନ୍ତା ସପ୍ତାହରେ ନୂତନ ନିର୍ଦ୍ଦେଶାବଳୀ ପ୍ରକାଶ କରିବ।

ପେନ୍ସ କହିଛନ୍ତି ଯେ ଆସନ୍ତା ସପ୍ତାହରେ ନୂତନ ନିର୍ଦ୍ଦେଶାବଳୀ ପ୍ରକାଶ ପାଇବ ଯାହା ବିଦ୍ୟାଳୟଗୁଡ଼ିକୁ ବହୁତ ସାହାଯ୍ୟ କରିବ। ନୂତନ ନିର୍ଦ୍ଦେଶାବଳୀ ଆମ ଛାତ୍ରମାନଙ୍କୁ ସୁରକ୍ଷା ଦେବ। ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ଆମେ ଚାହୁଁ ନାହୁଁ କି ଆମର ମାର୍ଗଦର୍ଶନ ଏତେ ବେଶି କଠିନ ହେଉ।

ଆମେରିକାର ରାଷ୍ଟ୍ରପତି ପ୍ରଦେଶ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଉପରେ ସ୍କୁଲ ଖୋଲିବା ନେଇ ଚାପ ପକାଇଛନ୍ତି। ଏହା ସତ୍ତ୍ୱେ ନ୍ୟୁୟର୍କ ସିଟି ଘୋଷଣା କରିଛି ଯେ ଏହାର ଅଧିକାଂଶ ଛାତ୍ର ସପ୍ତାହରେ ମାତ୍ର ଦୁଇ ତିନି ଦିନ ସ୍କୁଲ ଆସିବ ଏବଂ ବାକିଦିନ  onlineରେ  କ୍ଲାସ୍ କରିବେ।

ସୂଚନାଥାଉ କି, ଯୁକ୍ତରାଷ୍ଟ୍ରରେ ୩.୧ ମିଲିୟନରୁ ଅଧିକ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। କେବଳ ନ୍ୟୁୟର୍କରେ 4 ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।  ଏହି ଭୂତାଣୁ ଯୋଗୁଁ ଦେଶରେ ୧.୩ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି | 

You might also like