କାଲି ଆସୁଛନ୍ତି ଟ୍ରମ୍ପ; ଏମିତି ହୋଇଛି ପ୍ରସ୍ତୁତି

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରିବାରକୁ ସ୍ୱାଗତ ଲାଗି ଶେଷ ପ୍ରସ୍ତୁତି ଚାଲିଛି। ଏଥିପାଇଁ ପ୍ରସ୍ତୁତ ଅହମ୍ମଦାବାଦ୍ ମୋଟେରା ଷ୍ଟାଡିୟମ ଓ ସାବରମତି ଆଶ୍ରମ। ବିମାନବନ୍ଦରରୁ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାକୁ ଅତି ସୁନ୍ଦର ଭାବେ ସଜା ଯାଇଛି। ସେହିପରି ଗଦା ଗଦା ଫୁଲରେ ସଜେଇ ହୋଇଛି ସାବରମତି ଆଶ୍ରମ।

ସାବରମତି ରିଭରଫ୍ରଣ୍ଟକୁ ବି ଚକାଚକ୍ କରାଯାଇଛି। ବିଶ୍ୱର ସର୍ବବହତ କ୍ରିକେଟ ଷ୍ଟାଡିୟମ ମୋଟେରାରେ ଅନୁଷ୍ଠିତ ହେବ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଉଭୟ ଭାରତୀୟ ଓ ଆମେରିକୀୟ ସୁରକ୍ଷା କର୍ମୀ ପୂରା ଅଞ୍ଚଳ ଉପରେ ନଜର ରଖିଥିବା ବେଳେ ଆକାଶ ମାର୍ଗରୁ ପେଟ୍ରୋଲିଂ କରାଯାଉଛି। ତେଣେ ଟ୍ରମ୍ପଙ୍କ ତାଜମହଲ ପରିଦର୍ଶନ ଲାଗି ବିଶେଷ ବ୍ୟବସ୍ଥା ହୋଇଛି। ପୂରା ସହରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଟ୍ରମ୍ପ ଓ ତାଙ୍କ ପରିବାର ଲାଗି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି। ଫର୍ଚ୍ୟୁନ୍‌ ଲ୍ୟାଣ୍ଡମାର୍କ ହୋଟେଲ ସେଫ୍ ସୁରେଶ ଖାନ୍ନା ଟ୍ରମ୍ପଙ୍କ ଖାଦ୍ୟ ପ୍ରସ୍ତୁତି ଦାୟିତ୍ୱରେ ଅଛନ୍ତି। ଏଣେ ଟ୍ରମ୍ପଙ୍କୁ ଦେଶରୁ କୋଣ ଅନୁକୋଣରୁ ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ।

ତାମିଲନାଡର ଜଣେ ଶୁଭେଛୁ ତରଭୁଜରେ ମୋଦି ଓ ଟ୍ରମ୍ପଙ୍କ ଚିତ୍ର ଆଙ୍କିଥିବା ବେଳେ ସୁରତରେ ମୋଦି ଓ ଟ୍ରମ୍ପଙ୍କ ରଙ୍ଗୋଲି ପ୍ରସ୍ତୁତ କରାଯାଇଛି। ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଟ୍ରଂପଙ୍କୁ ସ୍ୱାଗତ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେହିପରି ବେଙ୍ଗଳୁର ଓ ଅମୃତସରରେ ଗୁଡ଼ି ମାଧ୍ୟମରେ ଟ୍ରମ୍ପଙ୍କୁ  ଜଣାଯାଇଛି ଶୁଭେଚ୍ଛା।

ଟ୍ରମ୍ପଙ୍କ ଦୁଇ ଦିନିଆ ଗସ୍ତ କାଳରେ କି ଟ୍ରେଡ୍ ଡିଲ୍ ହେବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହି ଗସ୍ତରୁ କି ଲାଭ ମିଳିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ଏଣେ ଭାରତରେ ପହଞ୍ଚିବା ପୂର୍ବରୁ ଟ୍ରମ୍ପ ଟୁଇଟ କରିଥିବା ନିଜ ବାହୁବଳୀ ଭିଡିଓ ସୋଶାଲ୍ ମିଡିଆରେ ବେଶ୍‌ ଆଦ୍ରୁତ ହୋଇଛି। ଏଥିରେ ଭାରତ-ଆମେରିକା ବନ୍ଧୁତା ଚିରସ୍ଥାୟୀ ହେବାର ବାର୍ତ୍ତା ଦିଆଯାଇଛି।

ଆହୁରି ପଢ଼ନ୍ତୁ

କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଗୋଲ୍ଡ ମେଡାଲିଷ୍ଟ ପାଇଲଟ

ଏୟାର ଇଣ୍ଡିଆ ଫ୍ଲାଇଟ୍ କ୍ରାସ ଲ୍ୟାଣ୍ଡିଂ; ଦୁଇ ପାଇଲଟଙ୍କ ସମେତ ୧୫ ମୃତ

ବିଶ୍ୱ ପାଇଁ ସତର୍କ ଘଣ୍ଟି; ଚୀନ୍‌ରେ ମାତୁଛି ଆଉ ଏକ ଭୟଙ୍କର ଭୂତାଣୁ, ଗଲାଣି ୭ ଜୀବନ ୬୦ ଆକ୍ରାନ୍ତ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ଲକଡାଉନ୍‌ରେ ନିଆରା କାମ କରି ପ୍ରେରଣା ସାଜିଲେ ରାଜ୍ୟପାଳ

ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

ଇଡିରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଚାଷୀଙ୍କ ପାଇଁ ଖୁସି ଖବର, ପ୍ରଥମଥର ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍‌

ଭୂସ୍ଖଳନରେ ଚାଲିଗଲା ୫ ଜୀବନ

ଟ୍ରାକ୍ଟର ସାହାଯ୍ୟରେ ବାହାରିଲା ଗାଈ ଦୁଗ୍ଧ, ଭିଡିଓ ଶେୟାର କଲେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌

ଏବେ ‘ହ୍ୱାଟ୍ ଟୁ ଥିଙ୍କ୍’ ନୁହେଁ, ‘ହାଓ ଟୁ ଥିଙ୍କ୍’ ଉପରେ ଫୋକସ୍

You might also like