ଭୋଟ୍‌ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଗର୍ଭବତୀ

ମାଙ୍ଗାଲୁରୁ: ନିର୍ବାଚନ ହେଉଛି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ। ଆଉ ଏହି ମହାପର୍ବରେ ସମସ୍ତେ ସାମିଲ ହେଉଛନ୍ତି। ନବବିବାହିତ ଦମ୍ପତିଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ହେଉଛନ୍ତି। ତେବେ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ଖାତିର୍ ନ କରି ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ଜଣେ ଗର୍ଭବତୀ ପହଞ୍ଚିଥିଲେ। କର୍ଣ୍ଣାଟକର ମାଙ୍ଗାଲୁରୁରେ ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା।

ସୂଚନା ଅନୁଯାୟୀ, ମହିଳା ଜଣକ ତାଙ୍କ ‘ଗୋଦ୍‌ ଭରାଇ’ କାର୍ଯ୍ୟକ୍ରମ ଛାଡ଼ି ଭୋଟ୍‌ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ନିଜର ମତାଧିକାର ସାବ୍ୟସ୍ତ କରିବାକୁ ‌ଏପରି ଅବସ୍ଥାରେ ସେ ମତଦାନ କେନ୍ଦ୍ରରେ ପହଞ୍ଚିବା ଘଟଣାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି।

You might also like