ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ଋଷ୍‌: କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ଏବଂ ଗୋଟିଏ ଭଲ ବନ୍ଧୁ ଭାବେ ବିବେଚନା କରାଯାଏ। ଯାହାର ଉଦାହରଣ ଋଷ୍‌ରେ ଦେଖିବାକୁ ମିଳିଛି।

ଋଷ୍‌ରେ ଗୋଟିଏ ଗର୍ଭବତୀ କୁକୁର ନିଜ ଜୀବନକୁ ବାଜିରେ ଲଗାଇ ଚାରିଜଣ ଲୋକଙ୍କ ଜୀବନ ବଞ୍ଚାଇଛି। ଏହି ସମୟରେ ସେ ନିଜେ ମଧ୍ୟ ଆହତ ହୋଇଛି। କୁକୁରଟିର ଦେହର କିଛି ସ୍ଥାନ ପୋଡ଼ି ଯାଇଛି।

ସ୍ଥାନୀୟ ମିଡିଆ spbvasilek/vk.comର ରିପୋର୍ଟ ମୁତାବିକ ଋଷ୍‌ର ଏକ ଘରୋଇ ଧର୍ମଶାଳାରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଏଠାରେ ରହୁଥିବା ୪ ଜଣ ବୃଦ୍ଧ ରୋଗୀ ନିଆଁ ଲାଗିଥିବା ଘରେ ଫସି ଯାଇଥିଲେ। ସେମାନଙ୍କୁ ଘରୁ ବାହାର କରିବାରେ କୁକୁର ସହାୟତା କରିଥିଲା। ଏଥିରେ କୁକୁରଟି ନିଜେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲା।

ତେବେ କୁକୁରଟିର ଚିକିତ୍ସା କରିବା ପାଇଁ କିଛି ବ୍ୟକ୍ତି ଅର୍ଥ ଯୋଗାଡ଼ରେ ଲାଗିପଡ଼ିଛନ୍ତି। ଯାହାକୁ ସହର ସାରା ଲୋକେ ସମର୍ଥନ କରୁଛନ୍ତି।

ଘଟଣା ଅନୁସାରେ ଋଷ୍‌ର ସେଣ୍ଟ ପିଟର୍ସବର୍ଗ ପାଖରେ ଥିବା ଲେନିନଗ୍ରାଦ୍‌ ଅଞ୍ଚଳର ଏକ ଘରୋଇ ଧର୍ମଶାଳାରେ ହଠାତ୍‌ ନିଆଁ ଲାଗିଯାଇଥିଲା। ମଟିଲ୍ଡା ନାମକ ଏହି କୁକୁର ଫସିରହିଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ଜୋର୍‌ରେ ଭୋକିବାକୁ ଲାଗିଥିଲା।

ଭୋକିବା କାରଣରୁ ଜଳୁଥିବା କାଠ ପାଖରେ କିଛି ଲୋକ ଫସିଥିବା ଦମକଳ ବାହିନୀ ଜାଣିବାକୁ ପାଇଥିଲେ। ଏହାପରେ ଦମକଳ ବାହିନୀ ଫସିଥିବା ୪ ଜଣ ରୋଗୀଙ୍କୁ ଉଦ୍ଧାରକରି ଆମ୍ୱୁଲାନ୍ସ ସାହାଯ୍ୟରେ ହସ୍ପିଟାଲ୍‌ ପଠାଇଥିଲେ।

ତେବେ ମଟିଲ୍ଡା କାରଣରୁ ରୋଗୀ ନୂଆ ଜୀବନ ପାଇଲେ। କିନ୍ତୁ ଭୁଲ୍‌ ବଶତଃ ଦମ୍‌କଳ ବାହିନୀ ମଟିଲ୍ଡାକୁ ଜଳୁଥିବା ନିଆଁ ଭତରେ ଛାଡ଼ିଦେଇ ଚାଲିଆସିଥିଲେ। ଯାହାଫଳରେ ସେ ନିଆଁରେ ପୋଡ଼ି ହୋଇଯାଇଥିଲା।

You might also like