ଜେଡିୟୁରେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ଜନତା ଦଳ ୟୁନାଇଟେଡରେ ଯୋଗ ଦେଇଛନ୍ତି। ପାଟନାରେ ଅାୟୋଜିତ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ସେ ସାମିଲ ହୋଇଛନ୍ତି।  ପ୍ରଶାନ୍ତଙ୍କ ଦଳରେ ଯୋଗଦାନ ଜେଡିୟୁକୁ ମଜବୁତ କରିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି।

୨୦୧୨ରେ ପ୍ରଶାନ୍ତ କିଶୋର ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦିଙ୍କ ସହ କାମ ଅାରମ୍ଭ କରିଥିଲେ। ଏହାପରେ ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ପାଇଁ କାର୍ଯ୍ୟ କରିଥିଲେ।  ଏଥିସହ କଂଗ୍ରେସ ପାଇଁ ମଧ୍ୟ ପ୍ରଶାନ୍ତ କିଶୋର ରଣନୀତି ପ୍ରସ୍ତୁତ କରିଛନ୍ତି।

You might also like