କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଜରିମାନା ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଦାଲତ ଅବମାନନା କରିବା ଅଭିଯୋଗରେ  ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା କରାଯାଇଛି।  ଜରିମାନା ଅର୍ଥ ନଦେଲେ କଡ଼ା ଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଜରିମାନା ଅର୍ଥ ନ ଦେଲେ ୩ ବର୍ଷ ପର୍ଯ୍ୟନ୍ତ ଓକିଲାତି କରିପାରିବେନି ବୋଲି କହିଲେ ସୁପ୍ରିମକୋର୍ଟ। ଏଥି ସହିତ  ୩ ମାସ ଜେଲ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିବ।

ଆଜି ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲାର ଶୁଣାଣି ଥିଲା। ସକାଳ ସାଢେ ୧୦ଟାରେ ଦଣ୍ଡ ଘୋଷଣା କରିଥିଲେ ସୁପ୍ରିମ କୋର୍ଟ। ଅଦାଲତ କହିଛନ୍ତି, ପ୍ରଶାନ୍ତ ଭୂଷଣ ୧୫ ଡିସେମ୍ବର ପର୍ଯ୍ୟନ୍ତ ଫାଇନ ନ ଭରିଲେ ୩ ମାସ ଜେଲ ଦଣ୍ଡ ଭୋଗିବେ। ଏ ନେଇ ସୁପ୍ରିମ କୋର୍ଟ ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବେ।

ସୂଚନାଥାଉ କି, ପ୍ରଶାନ୍ତ ଜୁନ ୨୭ ତାରିଖରେ ସୁପ୍ରିମକୋର୍ଟ ବିଷୟରେ ଏକ ଟ୍ୱିଟ୍ କରିଥିଲେ। ପରେ ୨୯ ତାରିଖରେ ମୁଖ୍ୟ ବିଚାର ପତି ସରଦ ଅରବିନ୍ଦ ବୋବଡେଙ୍କ ଉପରେ ଆଉ ଏକ ଟ୍ୱିଟ କରିଥିଲେ। ଏହି ଦୁଇଟି ଯାକ ଟ୍ୱିଟ୍‌ରେ ସୁପ୍ରିମୋ କୋର୍ଟ ନିଜ ଆଡ଼ୁ ବିଚାର କରି ଏହା କୋର୍ଟ ଅବମାନନା କହି ପ୍ରଶାନ୍ତଙ୍କୁ ନୋଟିସ୍ କରିଥିଲେ।

ଅନ୍ୟପକ୍ଷେ ନୋଟିସର ଉତ୍ତର ରଖି ପ୍ରଶାନ୍ତ କହିଥିଲେ, ସିଜେଆଇ(ମୁଖ୍ୟ ବିଚାରପତି)ଙ୍କ ଆଲୋଚନା ସୁପ୍ରିମକୋର୍ଟର ଗରିମା ନଷ୍ଟ କରୁନାହିଁ। ଚାରିଜଣ ପୂର୍ବ ବିଚାରପତିଙ୍କୁ ନେଇ ମୁଁ ଯେଉଁ ଟ୍ୱିଟ୍‌ କରିଛି ତାହା ମୋ ବିଚାରଧାରା। ଯାହା ଅପ୍ରିୟ ଲାଗିପାରେ କିନ୍ତୁ ଅବମାନନା ନୁହେଁ।

ତେବେ ପ୍ରଶାନ୍ତଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବା ପାଇଁ କୋର୍ଟ ସମୟ ଦେଇଥିଲେ। ହେଲେ ପ୍ରଶାନ୍ତ ଭୂଷଣ କ୍ଷମା ମାଗିବାକୁ ମନା କରିଦେଇଥିଲେ।

ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ପ୍ରଶାନ୍ତଙ୍କ ବିରୋଧରେ ଏହି ଦଣ୍ଡ ଶୁଣାଇଛନ୍ତି। ଏ ନେଇ ଜଷ୍ଟିସ ମିଶ୍ର କହିଛନ୍ତି, ବିଚାରପତିମାନେ ପ୍ରେସ୍‌କୁ ଯିବା ଉଚିତ୍‌ ନୁହେଁ। ଅଦାଲତ ଅବମାନନା ଅଧିନିୟମ ଅନୁସାରେ ଅଧିକରୁ ଅଧିକ ୬ ମାସ ଜେଲ ଏବଂ ୨୦୦୦ ଟଙ୍କା ଜରିମାନା କିମ୍ବା ଉଭୟ ସଜା ଦିଆଯିବାର ନିୟମ ରହିଛି ବୋଲି ଜଷ୍ଟିସ ମିଶ୍ର କହିଛନ୍ତି।

You might also like