ଉପଜିଲ୍ଲାପାଳ ହେଲେ ଦୃଷ୍ଟିହୀନ ମହିଳା ପ୍ରଞ୍ଜଳ ପାଟିଲ

ଥିରୁବନନ୍ତପୁରମ: ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଦେଶର ପ୍ରଥମ ଦୃଷ୍ଟିହୀନ ଭିନ୍ନକ୍ଷମ ମହିଳା ଆଇଏଏସ ଅଧିକାରୀ ପ୍ରଞ୍ଜଳ ପାଟିଲ। କେରଳର ଥିରୁଅନନ୍ତପୁରମ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ପିଲାଦିନୁ ଆଖି ହରାଇଥିବା ମହାରାଷ୍ଟ୍ରର ଝିଅ ପ୍ରଞ୍ଜଳ ଦାୟିତ୍ୱ ଗ୍ରହଣ ପରେ ନିଜ କର୍ମସ୍ଥଳୀ ଥିରୁବଅନନ୍ତପୁରମର ଖୁବ୍ ପ୍ରଶଂସା କରିବା ସହିତ ପ୍ରଞ୍ଜଳ ଜୀବନରେ କେବେ ହାର ମାନିବା ଉଚିତ ନୁହେଁ ବୋଲି ମତ ରଖିଛନ୍ତି।

ଏହା ପୂର୍ବରୁ ସେ ୨୦୧୮ରେ ଏର୍ଣ୍ଣାକୁଲମର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିଲେ। ୨୦୧୬ରେ ନିଜର ପ୍ରଥମ ଉଦ୍ୟମରେ ସିଭିଲ ସର୍ଭିସ ଏକଜାମରେ ସଫଳ ହେବା ସହ ୭୭୩ ରାଙ୍କ ରଖି ରେଲେଓ୍ୱ ଆକାଉଣ୍ଟ ସର୍ଭିସରେ ନିଯୁକ୍ତି ପାଇଁ ମନୋନୀତ ହୋଇଥିଲେ। ହେଲେ ଦୃଷ୍ଟିଶକ୍ତି ନଥିବାରୁ ତାଙ୍କୁ ଏହି ପଦବୀରେ ନିଯୁକ୍ତି ମିଳିପାରିନଥିଲା। ଆଉ ଏହାର ଠିକ୍ ପର ବର୍ଷ ଅର୍ଥାତ ୨୦୧୭ରେ ସେ ପୁଣି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେଇ ୧୨୧ ତମ ସ୍ଥାନ ହାସଲ କରି ସାରା ଦେଶରେ ଖବରର ଶିରୋନାମା ପାଲଟିଥିଲେ।

You might also like