Pranab Mukharjee Health Update: ଏବେ ବି ଡିପ୍‌ କୋମାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ (Pranab Mukharjee) ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ। ବର୍ତ୍ତମାନ ସେ ଡିପ୍ କୋମାରେ ଥିବା ଦିଲ୍ଲୀ ଆର୍ମୀ ହସ୍ପିଟାଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭେଣ୍ଟିଲେଟର ସପୋର୍ଟରେ ହିଁ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

୮୪ ବର୍ଷୀୟ ପ୍ରଣବ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ପଡ଼ିଯିବାରୁ ତାଙ୍କ ବ୍ରେନ୍‌ରେ ବ୍ଲଡ୍ କ୍ଲଟ୍‌ ହୋଇଥିଲା।  ଏହାର ଅପରେସନ ପାଇଁ ଗତ ୧୦ ତାରିଖରେ ତାଙ୍କୁ ଦିଲ୍ଲୀସ୍ଥିତ କେଣ୍ଟନମେଣ୍ଟର ଆର୍ମି ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ସେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କ ଫୁସ୍‌ଫୁସ୍‌ରେ ବି ସଂକ୍ରମଣ  ହୋଇଥିଲା। ସେବେଠାରୁ ସେ ଭ୍ୟାଣ୍ଟିଲେଟର୍‌ରେ ରହିଛନ୍ତି। ପ୍ରତି ଘଣ୍ଟାରେ ପ୍ରଣବଙ୍କ ସ୍ୱାସ୍ଥ ରିପୋର୍ଟକୁ ଅନୁଧ୍ୟାନ କରାଯାଇ ଚିକିତ୍ସା କରାଯାଉଛି।

ବାପାଙ୍କ ଆରୋଗ୍ୟ କାମନା କରିଥିବାରୁ ଦେଶବାସୀଙ୍କୁ ଅଗଷ୍ଟ ୨୧ ତାରିଖରେ ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଧନ୍ୟବାଦ ଜଣାଇଥିଲେ। ଲତା ମଙ୍ଗେସ୍କରଙ୍କ ଟ୍ୱିଟ୍‌ରେ ବି ଧନ୍ୟବାଦ ଜଣାଇଥିଲେ ଶର୍ମିଷ୍ଠା। ସୂଚନା ଥାଉକି ପ୍ରଣବ ମୁଖାର୍ଜୀ ଭାରତର ୧୩ ତମ ରାଷ୍ଟ୍ରପତି ଭାବେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ପାଦସୀନ ଥିଲେ।