ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୬ କୋଟି ହିତାଧିକାରୀ ସାମିଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୬ କୋଟି ଛୁଇଁଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୬ କୋଟିତମ ହିତାଧିକାରୀଙ୍କୁ ଏଲ୍‌ପିଜି ସିଲିଣ୍ଡର ପ୍ରଦାନ କରିଥିଲେ।

ଉତ୍ସବରେ ପୌରୋହିତ୍ୟ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶର ଜଣେ ହେଲେ ଗରିବ ମହିଳାଙ୍କୁ ଉଜ୍ଜ୍ୱଳାରୁ ବଞ୍ଚିତ କରାଯିବନି। ଗ୍ୟାସ୍ ନେଉଥିବା ମହିଳାଙ୍କ ମଧ୍ୟରୁ ୮୦ ପ୍ରତିଶତ ରିଫିଲିଂ କରୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ କହିଥିଲେ।

You might also like