କୃଷକଙ୍କୁ ପ୍ରତି ବର୍ଷ ସରକାର ଦେବେ ୩୬୦୦୦ ଟଙ୍କା : ମାସକୁ ଜମା କରିବାକୁ ପଡ଼ିବ ମାତ୍ର ୫୫ ଟଙ୍କା

ଦେଶରେ କ୍ଷୁଦ୍ର ଚାଷୀଙ୍କ ପାଇଁ କେନ୍ଦ୍ରରେ ମୋଦି ସରକାର ଅନେକ ଯୋଜନା ମାନ ଉପସ୍ଥାପନ କରିଛନ୍ତି । ଏଥି ମଧ୍ୟରୁ କିସାନ ସମ୍ମାନ ନିଧି ଯୋଜନା ଅନୁସାରେ କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ ଦିଆଯାଉଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ରହିଛି, ଯାହା ଦ୍ୱାରା କୃଷକଙ୍କୁ ବାର୍ଷିକ ୩୬୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ । ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନୁସାରେ କୃଷକଙ୍କୁ ପେନସନ ରୂପରେ ବାର୍ଷିକ ୩୬୦୦୦ ଟଙ୍କା ପ୍ରଦାନ କରାଯାଉଛି ।

ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାକୁ ପିଏମ କିସାନ ଯୋଜନା ମଧ୍ୟ କୁହାଯାଏ । କେନ୍ଦ୍ର ସରକାର ୩୧ ମେ ୨୦୧୯ରୁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । କ୍ଷୁଦ୍ର ଓ ସୀମାନ୍ତ କୃଷକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱାରା ଏହି ଯୋଜନାର ଆରମ୍ଭ କରାଯାଇଥିଲା । ଏହା ଏକ ପେନସନ ଯୋଜନା ଅଟେ, ଯଦ୍ୱାରା ୬୦ ବର୍ଷ ପରେ ୩୬୦୦୦ ଟଙ୍କା ବାର୍ଷିକ ପେନସନ ରୂପରେ ଦିଆଯାଏ । ହେଲେ ଏଥିପାଇଁ ପ୍ରତିମାସ ମାତ୍ର ୫୫ ଟଙ୍କା ଲେଖାଏଁ ଜମା କରିବାକୁ ପଡ଼ିବ ।

କେମିତି ଉଠାଇବେ ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜାନର ଲାଭ ?
କ୍ଷୁଦ୍ର ଚାଷୀଙ୍କ ବୟସ ୧୮ରୁ ୪୦ ବର୍ଷ ବୟସ ଭିତରେ ହୋଇଥିବା ଆବଶ୍ୟକ, ଯାହା ପାଖରେ ୨ ହେକ୍ଟର କିମ୍ବା ତା’ ଠାରୁ କମ୍ ଜମି ଥିବ ସେ ଏହି ଯୋଜନାର ଲାଭ ଉଠାଇ ପାରିବେ ।

କିସାନ ପେନସନ୍ ଯୋଜନା ୨୦୨୧ ପାଇଁ ଜରୁରୀ କାଗଜପତ୍ର
– ଆଧାର କାର୍ଡ
– ଭୋଟର ଆଇଡ଼ି
– ଜନ୍ମ ପ୍ରମାଣପତ୍ର
– ଆୟ ପ୍ରମାଣପତ୍ର
– ଖଞ୍ଜଣାର ରସିଦ୍‌
– ବ୍ୟାଙ୍କ ଖାତା ପାସବୁକ୍
– ମୋବାଇଲ ନମ୍ବର
– ପାସପୋର୍ଟ ସାଇଜ ଫଟୋ

କେମିତି କରିବେ ରେଜିଷ୍ଟ୍ରେସନ୍ ?
– ଏହି ଯୋଜନାର ଲାଭ ଉଠାଇବା ପାଇଁ କମନ୍ ସର୍ଭିସ ସେଣ୍ଟରରେ ପ୍ରଥମେ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ । ରେଜିଷ୍ଟ୍ରେସନ୍ କରିବା ସମୟରେ ସମସ୍ତ କାଗଜପତ୍ର ଦେବାକୁ ପଡ଼ିବ ।

– ପ୍ରଥମେ  https://maandhan.in ଯିବାକୁ ପଡ଼ିବ।

– ୱେବସାଇଟରେ ଯାଇ ଲଗ ଇନ୍ କରିବା ପରେ କ୍ଲିକ ହିୟର ଟୁ ଆପ୍ଲାଇ ନାଓ ଅପ୍ସନ ଉପରେ କ୍ଲିକ କରିବାକୁ ପଡ଼ିବ ।

– ଲଗ ଇନ୍ କିରବା ସମୟରେ ଫୋନ ନମ୍ବର ଦେବାକୁ ପଡ଼ିବ ।

– ଏହାପରେ ଅନ୍ୟ ସମସ୍ତ ବିବରଣୀ ପ୍ରଦାନ କରିବାକୁ ପଡ଼ିବ

– ଏହାପରେ ଜେନେରେଟ୍ ହୋଇଥିବା ଓଟିପିରେ କ୍ଲିକ କରିବାକୁ ପଡ଼ିବ, ପରେ ମୋବାଇଲ ନମ୍ବରକୁ ଏକ ଓଟିିପି ଆସିବ ଏବଂ ଆବେଦନ ଫର୍ମ ଆପଣଙ୍କୁ ଦେଖାଯିବ ।

– ଏହି ଫର୍ମରେ ମଗାଯାଇଥିବା ବିବରଣୀ ସବମିଟ୍ କରିବା ପାଇଁ ପଡ଼ିବ । ସବମିଟ୍ କରିବା ପରେ ଆବେଦନ ଫର୍ମର ଏକ ପ୍ରିଣ୍ଟ ଆଉଟ୍ ବାହାର କରି କୃଷକ ନିଜ ପାଖରେ ରଖିପାରିବେ ।

You might also like