ନୂଅାଦିଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

ନୂଅାଦିଲ୍ଲୀ : ନୂଅାଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ୱେବ୍ ପୋର୍ଟାଲ ଓଡ଼ିଆ ପୁଅ ପକ୍ଷରୁ ଷୋଡ଼ଶ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ଶତାଧିକ ଓଡ଼ିଆ ଏହି ଉତ୍ସବରେ ଯୋଗ ଦେଇ ବୋଇତ ବନ୍ଦାଣ କରିଥିଲେ। ସେମାନେ ମନେପକାଇଥିଲେ ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ।

ଓଡ଼ିଆ ପୁଅମାନେ ସାଧବ ବେଶରେ ସଜ୍ଜିତ ହୋଇଥିବା ବେଳେ ଝିଅମାନେ ସାଧବାଣୀ ବେଶ ହୋଇଥିଲେ । ସାଧବାଣୀମାନେ ବୋଇତ ବନ୍ଦାଣ କରିବା ପରେ ନୌଯାତ୍ରାରେ ବାଣିଜ୍ୟ ଅଭିଯାନ ଅାରମ୍ଭ କରିଥିଲେ ସାଧବମାନେ।

ଏହି ଉତ୍ସବ ଇଣ୍ଡିଅା ଗେଟ୍ ପାଖରେ ଥିବା ବୋଟ୍ କ୍ଲବରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମ୍ବଲପୁରୀ ନୃତ୍ୟ ସହିତ ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ଗୁଜରାଟର କଳାକାରଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା।

You might also like