ଆରବ ସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା, ହୋଇପାରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ: ମେ’ ୩୧ରୁ ଜୁନ୍ ୪ ମଧ୍ୟରେ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଜୁନ୍ ୧ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାସହ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। 

କର୍ଣ୍ଣାଟକ, ମହାରାଷ୍ଟ୍ରରେ ମଧ୍ୟ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ମୌସୁମୀର ଆଗମନ ପରେ ତାତିରୁ ସାମାନ୍ୟ ତ୍ରାହି ମିଳିବ ବୋଲି ପାଣିପାଗ ବିଭାଗ କହିଛି। ପୂର୍ବରୁ ନିର୍ଦ୍ଧାରିତ ତାରିଖର ୪ ଦିନ ବିଳମ୍ବ ଅର୍ଥାତ ଜୁନ୍ ୫ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି କୁହାଯାଇଥିଲା। 

You might also like