ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା: ସ୍ୱଦେଶୀ କରୋନା ଟିକା କୋଭାକ୍ସିନର ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ: ସ୍ୱଦେଶୀ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। କୋଭାକ୍ସିନର ପ୍ରାରମ୍ଭିକ ପରୀକ୍ଷାମୂଳକ ପ୍ରୟୋଗ ସଫଳ ହେଉଥିବା ହର୍ଷବର୍ଦ୍ଧନ କହିଛନ୍ତି।

ସ୍ୱଦେଶୀ କରୋନା ଭାକ୍ସିନର ମାନବିକ ପରୀକ୍ଷଣ ଆରମ୍ଭ ହୋଇଯାଇଛି। ମନୁଷ୍ୟଙ୍କ ଉପରେ ପରୀକ୍ଷଣରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନି। ୨ ଦଫାରେ ମାନବ ପରୀକ୍ଷଣ ହେବ, ୧୪ଟି ଜାଗାରେ ପରୀକ୍ଷଣ କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ବିରୋଧରେ ଲଢ଼େଇ ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। କୋଭାକ୍ସିନ ବିକାଶ ନେଇ ଜାରି ଉଦ୍ୟମରୁ ସକାରାତ୍ମକ ସଂକେତ ମିଳୁଛି। ଖୁବ୍ ଶୀଘ୍ର ଏହି ମହାମାରୀ ଉପରେ ଆମେ ପୂରା ବିଜୟପ୍ରାପ୍ତ କରିବା।

ପ୍ରକାଶ ଥାଉକି, ଭାରତ ବାୟୋଟେକ୍ ଓ ICMR ମିଳିତ ପ୍ରୟାସରେ କୋଭାକ୍ସିନକୁ ପ୍ରସ୍ତୁତ କରାଯାଇଛି। ଏହା ଦେଶର ପ୍ରଥମ ଟିକା ଭାବେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି। ଭାରତର ଏହି ପ୍ରଥମ କରୋନା ଟିକା ପରୀକ୍ଷଣରେ ଭାଗ ୧୧ ଶହ ଲୋକ ଭାଗ ନେବେ ବୋଲି କୁହାଯାଇଥିଲ। ଜୁନ ୩୦ ତାରିଖରେ କୋବାକ୍ସିନ୍‌କୁ ମାନବ ପରୀକ୍ଷଣ ପାଇଁ ଡ୍ରଗ୍ସ ନିୟନ୍ତ୍ରଣକାରୀ ସଂସ୍ଥା DCGI ଠାରୁ ଅନୁମୋଦନ ମିଳିଥିଲା।

You might also like