ବୁଡ଼ି ଯାଉଥିଲେ ଦୁଇ ମହିଳା; ପାଣିକୁ ଡେଇଁ ଉଦ୍ଧାର କଲେ ଏଇ ଦେଶର ରାଷ୍ଟ୍ରପତି

ଲିସ୍‌ବନ୍‌: ପର୍ତ୍ତୁଗାଲର ଆଲଗର୍ଭ ବିଚ୍‌ରେ ଘଟିଥିବା ଏକ ହୃଦୟସ୍ପର୍ଶୀ ଘଟଣାକୁ ନେଇ ସବୁଆଡେ ଏବେ ଚର୍ଚ୍ଚା ଚାଲିଛି । ସମୁଦ୍ର କୂଳରେ ବୁଡି ଯାଉଥିଲେ ୨ ଜଣ ମହିଳା। ହଠାତ୍‌ ଜଣେ ବ୍ୟକ୍ତି ପାଣିକୁ ଡେଇଁ ପଡ଼ିଲେ। ନିଜ ଜୀବନକୁ ବାଜି ଲଗାଇ ମହିଳା ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ଏକଥା ପଢି ଆପଣ ନିଶ୍ଚୟ ଭାବୁଥିବେ, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଏମିତି ଘଟଣା ତ ପ୍ରାୟ ଘଟିଥାଏ।  ହେଲେ, ମହିଳା ଦ୍ୱୟଙ୍କୁ ଉଦ୍ଧାର କରି ଯେତେବେଳେ ବ୍ୟକ୍ତି ଜଣକ କୂଳକୁ ଆସିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଏହି ବ୍ୟକ୍ତି ଜଣକ ଆଉ କେହି ନ ଥିଲେ, ଥିଲେ ସେଇ ଦେଶର ରାଷ୍ଟ୍ରପତି ମାର୍ସେଲୋ ରେବେଲୋ (Marcelo Rebelo de Sousa) ।

ପୂରା ଘଟଣା ଥିଲା ଏମିତି। ଦୁଇଜଣ ମହିଳା ପହଁରା ଜାଣି ନ ଥିଲେ। ଗୋଟିଏ ଛୋଟ ଡଙ୍ଗା ଧରି ଉଭୟ ବହୁତ ଦୂରକୁ ଚାଲି ଯାଇଥିଲେ। ହଠାତ୍‌ ଡଙ୍ଗା ନିୟନ୍ତ୍ରଣ ହରାଇଥିଲା ଏବଂ ଦୁଇଜଣ ଯାକ ମହିଳା ବୁଡି ଯାଉଥିଲେ। ପହଁରା ନ ଆସିଲେ ମଧ୍ୟ ଉଭୟେ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ।

ସେହି ସମୟରେ ସେଠାରେ ଉପସ୍ଥିତ ଥିଲେ ୭୧ ବର୍ଷୀୟ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ। ନିଜର ଛୁଟି କଟାଇବା ପାଇଁ ସେ ସେଠାକୁ ଯାଇଥିଲେ। ବୁଡ଼ି ଯାଉଥିବା ମହିଳା ଦ୍ୱୟଙ୍କୁ ଦେଖି ମାର୍ସେଲୋ ରେବେଲୋ ତୁରନ୍ତ ପାଣିକୁ ଡେଇଁ ପଡ଼ିଲେ। ପହଁରି ପହଁରି ଯାଇ ମହିଳାଙ୍କ ପାଖରେ ପହଞ୍ଚି ଉଭୟଙ୍କୁ ପାଣିରୁ ଉଦ୍ଧାର କରିଥିଲେ।

ସ୍ଥାନୀୟ ମିଡି୍ଆକୁ ସୂଚନା ଦେଇ ରାଷ୍ଟ୍ରପତି କହିଛନ୍ତି, ମହିଳା ଦୁଇଜଣ ପହଁରା ଜାଣି ନ ଥିବାରୁ ସମୁଦ୍ରରେ ବୁଡି ଯାଉଥିଲେ। ଏପରିକି ସେମାନେ ପାଣି ମଧ୍ୟ ପିଇ ଦେଇଥିଲେ ଯେଉଁଥିପାଇଁ ଲାଇଫ ଜ୍ୟାକେଟ ସାହାଯ୍ୟରେ ବି ପହଁରି ପାରୁ ନ ଥିଲେ। ଏପରିକି ସେ ନିଜ ଡଙ୍ଗାକୁ ସିଧା କରିପାରୁ ନ ଥିଲେ। ସ୍ରୋତ ବି ଏତେ ପ୍ରଖର ଥିଲା ଯେ, ଏହା କରିବା କଷ୍ଟକର ବ୍ୟାପାର ଥିଲା।

ଯାହା ବି ହେଉ, ରାଷ୍ଟ୍ରପତିଙ୍କର ଏପରି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଏହାର ଭିଡିଓ ସୋଶାଲ ମିଡିଆରେ ବେଶ ଭାଇରାଲ ହୋଇଛି। ଏହି ସମୟରେ ଏକ ଜେଟ ସ୍କି ମଧ୍ୟ ସାହାଯ୍ୟ ପାଇଁ ସେଠାରେ ପହଞ୍ଚିଥିଲା। ତା ସହ ବିଚ୍‌ରେ ଥିବା ଉଦ୍ଧାରକାରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ।

ରାଷ୍ଟ୍ରପତି ଜେଟ ସ୍କି ନେଇ ଯାଇଥିବା ବ୍ୟକ୍ତିଙ୍କୁ ଖୁବ୍‌ ପ୍ରଶଂସା କରିବା ସହ ତାଙ୍କୁ ଜଣେ ସଚ୍ଚା ଦେଶଭକ୍ତ ‍ ‍ବୋଲି କହିଛନ୍ତି।

 

video source

 

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like