ପୁନମ ପାଣ୍ଡେ ଓ ତାଙ୍କ ସ୍ୱାମୀଙ୍କୁ ମିଳିଲା ଜାମିନ

ମୁମ୍ବାଇ: ପୁନମ ପାଣ୍ଡେ ଓ ତାଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ମିଳିଲା ଜାମିନ। ଅଶ୍ଲୀଳ ଭିଡିଓ ଶୁଟିଂ କରିବା ଅଭିଯୋଗରେ ଗୁରୁବାର ଗୋଆ ପୋଲିସ ଉଭୟଙ୍କୁ ଅଟକ ରଖିଥିଲା। ଚାପୋଲି ଡାମରେ ଅଶ୍ଲୀଳ ଭିଡିଓ ଶୁଟିଂ କରିବା ନେଇ ବୁଧବାର ଦମ୍ପତିଙ୍କ ନାଁରେ ଥାନାରେ ଅଭିଯୋଗ ହେବା ପରେ ଉଭୟଙ୍କୁ ଅଟକ ରଖିଥିଲା ପୋଲିସ।

ଗୁରବାର ରାତିରେ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ପୁନମ ଓ ସାମଙ୍କୁ କାନାକୋନାର ଫାଷ୍ଟକ୍ଲାସ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍ ଜାମିନ ମଞ୍ଜୁର କରିଛନ୍ତି। ତେବେ କୋର୍ଟଙ୍କ ବିନା ଅନୁମତିରେ ସେମାନେ ଗୋଆ ଛାଡ଼ିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ତେବେ ଯେ ପର୍ଯ୍ୟନ୍ତ ସେମାନେ ଜାମିନ ରାଶି ଦେଇ ନାହାନ୍ତି ସେପର୍ଯ୍ୟନ୍ତ ଥାନାରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୁନମ ପାଣ୍ଡେ ସରକାରୀ ସ୍ଥାନରେ ବିନାଅନୁମତିରେ ପ୍ରବେଶ କରି ଅଶ୍ଳୀଳ ଭିଡିଓ ଶୁଟ୍ କରୁଥିବାର ଅଭିଯୋଗ ହୋଇଥିଲା। ଗୋଆ ଫର୍‌ୱାର୍ଡ ପାର୍ଟିର ମହିଳା ମୋର୍ଚ୍ଚା ପକ୍ଷରୁ ପୁନମଙ୍କ ନାଁରେ ମାମଲା ହୋଇଥିଲା।

You might also like