NRC ତାତି

NRC ପ୍ରସଙ୍ଗ ନେଇ ଜୋର ଧରୁଛି ରାଜନୀତି

ନୂଆଦିଲ୍ଲୀ : NRC ପ୍ରସଙ୍ଗରେ ତେଜୁଛି ରାଜନୀତି। କେନ୍ଦ୍ରକୁ ବିରୋଧୀ ଟାର୍ଗେଟ୍‌ କରୁଥିବାବେଳେ, ପ୍ରସଙ୍ଗକୁ ନେଇ ଗୃହରେ ଜବାବ ରଖିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ। ବିରୋଧୀଙ୍କୁ କଡ଼ା ସମାଲୋଚନା କରିବା ସହ ସ୍ପଷ୍ଟୀକରଣ ରଖିଛନ୍ତି ରାଜନାଥ।

ଅାସାମରେ ନାଗରିକଙ୍କ ତାଲିକା ଡ୍ରାଫ୍ଟ ପ୍ରସଙ୍ଗରେ ବିରୋଧୀ ଅାଣିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଗୃହମନ୍ତ୍ରୀ। ଅାସାମ ସରକାରଙ୍କ ସହମତିରେ ଏହି ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ କୌଣସି ଭେଦଭାବ ଗ୍ରହଣ କରାଯାଇନାହିଁ। ଯାହାର ନାଁ ଏହି ତାଲିକାରେ ସାମିଲ କରାଯାଇନାହିଁ , ସେମାନଙ୍କ ବିରୋଧରେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। କାହାରିକୁ ଅକାରଣେ ପ୍ରତାରିତ କରାଯିବ ନାହିଁ।

ପ୍ରସଙ୍ଗକୁ ନେଇ ବିନା କାରଣରେ ପରିସ୍ଥିତି ବିଗାଡିବାକୁ ଉଦ୍ୟମ ହେଉଛି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।  ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏନ୍ଅାରସି ଡ୍ରାଫ୍ଟ ଫାଇନାଲ୍ ତାଲିକା ନୁହେଁ। ଏହାକୁ ପ୍ରସ୍ତୁତ କରିବାରେ ସମ୍ପୂର୍ଣ୍ଣ ପାରଦର୍ଶିତା ଗ୍ରହଣ କରାଯାଇଛି। ସୁପ୍ରିମକୋର୍ଟଙ୍କ ତଦାରଖରେ ପ୍ରସ୍ତୁତ ହୋଇଛି ଏହି ତାଲିକା। ଅନାବଶ୍ୟକ ଭାବେ ଲୋକଙ୍କ ମଧ୍ୟରେ କୋକୁଅା ଭୟ ସୃଷ୍ଟି କରାଯାଉଛି। ଲୋକଙ୍କ ମଧ୍ୟରେ ମନୋମାଳିନ୍ୟ ମଧ୍ୟ ସୃଷ୍ଟି କରିବାକୁ ଉଦ୍ୟମ ହେଉଛି ବୋଲି କହିଛନ୍ତି ରାଜନାଥ।

ସୋସିଅାଲ ମିଡିଅାରେ ପ୍ରଚାର କରିବା ସହ ସାମ୍ପ୍ରଦାୟିକ ସୌହାର୍ଦ୍ଦକୁ ପ୍ରଭାବିତ କରିବାକୁ ମଧ୍ୟ ଉଦ୍ୟମ ହେଉଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସମସ୍ତେ ଏକାଠି ହେବାକୁ ଅାହ୍ୱାନ କରିଛନ୍ତି ରାଜନାଥ। ସେପଟେ ପ୍ରସଙ୍ଗକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ। ଏହା ଦେଶର ରାଷ୍ଟ୍ରୀୟ ପ୍ରସଙ୍ଗ ବୋଲି କହିଛି ତୃଣମୂଳ କଂଗ୍ରେସ।

ରାଜସ୍ଥାନ, ପଞ୍ଜାବ, ଜାମ୍ମୁ ଓ କାଶ୍ମୀରରେ ନାଗରିକତ୍ୱକୁ ନେଇ ବିବାଦ ଲାଗି ରହିଥିବାବେଳେ, କେବଳ ଅାସାମକୁ କାହିକିଁ ଟାର୍ଗେଟ୍ କରାଯାଇଛି ବୋଲି କହିଛି ଦଳ। ଅନ୍ୟପଟେ ଏନ୍ଅାରସିରେ ତାଲିକା ପ୍ରସ୍ତୁତ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବାକୁ କହିଛି କଂଗ୍ରେସ।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like