ଟଳମଳ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର

କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ପ୍ରତି ବିପଦ। ଦୁଇ ଜଣ ସ୍ୱାଧୀନ ବିଧାୟକ ସରକାରକୁ ସମର୍ଥନ ପ୍ରତ୍ୟାହାର କରିଥିବା ବେଳେ କିଛି କଂଗ୍ରେସ ବିଧାୟକଙ୍କ ମଧ୍ୟ ପତ୍ତା ମିଳୁନାହିଁ।

ସେମାନେ ବିଜେପି ସହିତ ଯୋଗାଯୋଗରେ ଥିବା କୁହାଯାଉଛି। ଅନ୍ୟପଟେ ବିଜେପି ତାର ୧୦୪ ବିଧାୟକକଙ୍କୁ ଗୁରୁଗ୍ରାମରେ ଲୁଚାଇ ରଖିଛି। ଉଭୟ ବିଜେପି ଓ ଜେଡିଏସ୍ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କର ବିଧାୟକଙ୍କୁ ଆର ଗୋଷ୍ଠୀ କିଣିବାକୁ ଚେଷ୍ଟା କରୁଛନ୍ତି। ତଥାପି ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ଦୃଢ଼ତାର ସହିତ କହୁଛନ୍ତି ଯେ, ସରକାର ପ୍ରତି କୌଣସି ବିପଦ ନାହିଁ।

୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ମ୍ୟାଜିକ୍ ନମ୍ବର ୧୧୩ ହୋଇଥିବା ବେଳେ କଂଗ୍ରେସର ୮୬ ଓ ଜେଡିଏସ୍‌ର ୩୮ ଜଣଙ୍କୁ ମିଶାଇ ମେଣ୍ଟ ନିକଟରେ ୧୧୬ ବିଧାୟକଙ୍କ ସମର୍ଥନ ରହିଛି।

ମେଣ୍ଟର ୧୩ ବିଧାୟକ ବିଜେପି ସହ ସଂପର୍କରେ ଥିବା କୁହାଯାଉଛି। ବିଜେପି ଖୁବ୍‌ଶୀଘ୍ର କୁମାରସ୍ୱାମୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଚର୍ଚ୍ଚା ହେଉଛି।

You might also like