ଭାରତରେ ବି ଆମେରିକା ଭଳି ଦୃଶ୍ୟ; ଦୋଷୀ ବେକରେ ଆଣ୍ଠୁ ମାଡ଼ିବସିଲା ପୁଲିସ୍
ଜୟପୁର: ଆମେରିକା ପରି ଭାରତରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଦୋଷୀକୁ ରାସ୍ତା ଉପରେ ପକାଇ ବେକରେ ଆଣ୍ଠୁମାଡ଼ି ଦେଇଛି ପୁଲିସ। ରାଜସ୍ଥାନର ଏଭଳି ଘଟଣା ଦେଖିବାକୁ ମିଳିଛି।
କରୋନା ସଂକ୍ରମଣ ବେଳେ ଜଣେ ବ୍ୟକ୍ତି ମାସ୍କ ପିନ୍ଧି ନଥିବାରୁ ଏହାକୁ ନେଇ ରାଜସ୍ଥାନ ଦେବନଗର ପୋଲିସ ବ୍ୟକ୍ତିକୁ ଆକଟ କରିଥିଲା। ଏହାକୁ ନେଇ ପୋଲିସ ଓ ସେହି ବ୍ୟକ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ତାହା ଉଗ୍ରରୂପ ନେଇଥିଲା। ମାସ୍କ ପିନ୍ଧି ନଥିବା ଯୁବକଙ୍କୁ କାବୁ କରିବାକୁ ଯାଇଥିବା ଦୁଇଜଣ ପୋଲିସ କର୍ମୀଙ୍କୁ ସେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
#GeorgeFloyd moment for Congress In Jodhpur,Rajasthan police place their knee on the neck of a man pic.twitter.com/orFAquVkwF
— Chayan Chatterjee (@Satyanewshi) June 5, 2020
ପରେ ପୋଲିସ ବଳପୂର୍ବକ ତାଙ୍କୁ କାବୁ କରିଥିଲା। ତେବେ କାବୁ କରିବା ବେଳେ ବର୍ବରତାର ସୀମା ଟପିଯାଇଥିଲା ପୁଲିସ। ପୋଲିସ କର୍ମୀମାନେ ତାଙ୍କ ଉପରେ ଆଣ୍ଠୁ ମାଡ଼ି ବସି ରହିଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଚାଲିଛି।
କିଛି ଦିନ ତଳେ ଆମେରିକାରେ ଜର୍ଜ ଫ୍ଲଏଡ ନାମକ ଜଣେ କୃଷ୍ଣକାୟଙ୍କ ବେକରେ ଏମିତି ଆଣ୍ଠୁମାଡ଼ି ବସିଥିଲା ପୁଲିସ। ପଳରେ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସାରା ଆମେରିକାରେ ବିକ୍ଷୋଭର ନିଆ ଜଳିଛି। ଅନେକ ସ୍ଥାନରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ପରିସ୍ଥିତିକୁ ଦେଖି ୪୦ଟି ସହରରେ କର୍ଫ୍ୟୁ ଜାରି କରାଯାଇଥିଲା।