ମାଓବାଦୀଙ୍କ ହାତକୁ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଆସିଲା କେମିତି ?

ରାୟପୁର: ମାଓବାଦୀଙ୍କ ପାଖରୁ ଜବତ ହେଲା ସୁରକ୍ଷାକର୍ମୀଙ୍କ ଇସ୍ରାଏଲ ନିର୍ମିତ ବନ୍ଧୁକ। ଛତିଶଗଡ଼ର କାଙ୍କେର ଜିଲ୍ଲାର ରାଓ୍ୱଘାଟରେ ହୋଇଥିବା ଏନକାଉଣ୍ଟର ପରେ ଏହି ଇସ୍ରାଏଲ ନିର୍ମିତ ବନ୍ଧୁକ ଜବତ କରିଛି ପୋଲିସ।

ଗତକାଲି ମାଓବାଦୀ-ପୋଲିସ ମୁହାଁମୁହିଁ ହୋଇଥିଲେ।  ଏହି ଏନକାଉଣ୍ଟର ବେଳେ ଇସ୍ରାଏଲ ନିର୍ମିତ ଏହି ଅତ୍ୟାଧୁନିକ ବନ୍ଧୁକ ସହ ମୋଟ ୬ଟି ବନ୍ଧୁକ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି କାଙ୍କେର ପୋଲିସ । ୨୦୧୮ ମସିହାରେ ସୁରକ୍ଷାକର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ କରି ଏହି ବନ୍ଧୁକ ଲୁଟି ନେଇଥିବା ଜଣାପଡିଛି ।

ପୂର୍ବରୁ ବିଏସ୍ଏଫ୍ ଏହି ବନ୍ଧୁକ ବ୍ୟବହାର କରୁଥିବାବେଳେ ଏବେ ସିଆରପିଏଫ୍ ଏହି ବନ୍ଧୁକ ବ୍ୟବହାର କରୁଛନ୍ତି। ଗତକାଲି ଏହି ଏନକାଉଣ୍ଟରରେ ୩ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା ।

You might also like