ହଜି ଯାଇଥିଲା ଭିକାରୀର ବ୍ୟାଗ; ପୋଲିସ ଖୋଜି ପାଇଲା ଏତେ ଟଙ୍କା…

ବିଡ(ମହାରାଷ୍ଟ୍ର)-ଗରିବ, ଅସହାୟ ଲୋକଙ୍କୁ ଦେଖିଲେ ମନରେ ଦୟା, ସହୃଦୟତା ସ୍ଵତଃସ୍ପୃତ ଭାବେ ବାହାରି ଆସେ । ସେମାନଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ ମନ କରିଥାଏ । ହେଲେ ଆମର ଏପରି ଭାବ ପ୍ରବଣତା ପାଇଁ ଅନେକ ସମୟରେ ଧୋକା ଖାଇଥାଉ ।

ଭାବନ୍ତୁ, ଅନ୍ୟର ଦୟାରେ ବଞ୍ଚିଥିବା ଭିକାରି ପାଖରେ ସାଧାରଣତଃ କେତେ ଟଙ୍କା ଥିବ ? ୧୦୦, ହଜାରେ.. । ହେଲେ ନା…ଜଣେ ଭିକାରୀ ପାଖରେ କେତେ ଟଙ୍କା ଥାଏ ଜାଣିଲେ, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମହାରାଷ୍ଟ୍ରର ବୀଡ ଅଞ୍ଚଳରେ ଏକ ଭିକାରୀ ସ୍ଥାନୀୟ ବୈଜନାଥ ମନ୍ଦିର ବାହାରେ ପ୍ରତିଦିନ ବସେ । ଭିକାରୀର ନାମ ବାବୁରାଓ ନାୟକୱାଡେ । ମନ୍ଦିରକୁ ଆସୁଥିବା ବ୍ୟକ୍ତି ଏବଂ ଯାଉଥିବା ବ୍ୟକ୍ତି କିଛି ନା କିଛି ଜିନିଷ କିମ୍ବା ଟଙ୍କା ଦେଇ ଯାଆନ୍ତି । ଅନେକ ବର୍ଷ ଧରି ସେ ଏହି ମନ୍ଦିର ସାମ୍ନାରେ ବସେ । ଲୋକଙ୍କଠାରୁ ମିଳୁଥିବା ଟଙ୍କାକୁ ସେ ବ୍ୟାଗରେ ରଖିଥାଏ । ହେଲେ ଗତ ସୋମବାର ତାର ବ୍ୟାଗ ହଜିଗଲା ।

ବ୍ୟସ୍ତ ହୋଇ ସେ ସ୍ଥାନୀୟ ପର୍ଲି ପୋଲିସର ଦ୍ୱାରସ୍ଥ ହେଲା । ଅଭିଯୋଗ ପାଇବା ପରେ ପୋଲିସ ବି ଆଶ୍ଚର୍ଯ୍ୟ ହୋଇଗଲା । ଭିକାରିର ବ୍ୟାଗ ହଜିଗଲା, ସେଥିପାଇଁ ପୁଣି ଥାନାରେ ଅଭିଯୋଗ ଦେବାକୁ ଆସିଛି । ପୋଲିସ ଭିକାରୀକୁ ପଚାରିଲା, ହେଲେ ସେ ବ୍ୟାଗରେ ଟଙ୍କା ଥିଲା । ହେଲେ ଭିକାରୀ ଟଙ୍କାର ପରିମାଣ ଯେତେବେଳେ କହିଲା, ପୋଲିସ ବି ଆଶ୍ଚର୍ଯ୍ୟ ହୋଇଗଲା । ବାବୁରାଓ କହିଲା, ଏହି ବ୍ୟାଗରେ ଏକ ଲକ୍ଷ୭୨ ହଜାର, ୨୯୦ ଟଙ୍କା ଥିଲା । ପୋଲିସ ଏହା ଶୁଣି ପ୍ରଥମେ ବିଶ୍ୱାସ କରିପାରି ନ ଥିଲା ।

ହେଲେ ବାବୁରାଓ ସେଠାରେ ବସି କାନ୍ଦିବାକୁ ଲାଗିଲା । ଥାନାରୁ ଉଠି ନ ଥିଲା । ଶେଷରେ ପୋଲିସ ବ୍ୟାଗ ଖୋଜିବାକୁ ବାହାରିଲା । ପ୍ରାୟ ୩ ଘଣ୍ଟା ଖୋଜିବା ପରେ ପୋଲିସକୁ ବାବୁ ରାଓର ବ୍ୟାଗ ମିିଳିଥିଲା । ରାମନଗରରୁ ଏକ ସ୍ଥାନରୁ ଏହି ବ୍ୟାଗ ମିଳିଥିଲା ।

ବ୍ୟାଗରେ ବାବୁରାମର ୧.୭୨ ଲକ୍ଷ ଟଙ୍କାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା । ତେବେ ବାବୁରାଓର ବ୍ୟାଗ ଚୋରି ହୋଇଥିଲା ନା ହଜି ଯାଇଥିଲା ତାହା ପୋଲିସ ତଦନ୍ତ କରୁଛି । ତେବେ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଏହି ଟଙ୍କା ଜମା କରିବାକୁ ପୋଲିସ ବାବୁରାଓକୁ ପରାମର୍ଶ ଦେଇଛି ।

 

You might also like