କରୋନା ଭାଇରସ୍ ନେଲା ପୋଲିସ ଅଫିସରଙ୍କ ଜୀବନ

ଲୁଧିଆନା: ପଞ୍ଜାବ ଲୁଧିଆନାର ଆସିଷ୍ଟାଣ୍ଡ କମିଶନର ଅଫ୍ ପୋଲିସ ଅନିଲ କୋହଲିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ। କିଛିଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇ ଲୁଧିଆନାର SPS ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପ୍ରଥମେ ତାଙ୍କ ନମୁନା ପରୀକ୍ଷାବେଳେ ନେଗେଟିଭ ଆସିଥିଲା। ତେବେ ଦ୍ୱିତୀୟ ଥର ପରୀକ୍ଷା ବେଳେ ତାଙ୍କ  ସାମ୍ପଲ ପଜିଟିଭ ଆସିଥିଲା।

ଗତ ୧୧ ତାରିଖରୁ ସେ ଭେଣ୍ଟିଲେଟରରେ ଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଛି। ଏସିପି ଅନୀଲ କୋହଲିଙ୍କ ମୃତ୍ୟୁରେ ଓଡିଶା ଡିଜିପି  ଅଭୟ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ପଞ୍ଜାବ ଡିଜିପିଙ୍କ ଟୁଇଟକୁ ରି-ଟ୍ୱିଟ କରି ତାଙ୍କ ଅତ୍ମାର ସଦଗତି କାମନ କରିଛନ୍ତି।

ସେହିପରି  ଟୁଇନ୍ ସିଟି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ମଧ୍ୟ ଏସିପିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଟୁଇଟ କରି ତାଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କ ବଳିଦାନ ବୃଥା ଯିବନି ବୋଲି କହିଛନ୍ତି

You might also like