ପୁଲଓ୍ୱାମା-୨ ଷଡ଼ଯନ୍ତ୍ର ଉଦ୍ୟମ ରଚିଥିବା ଆତଙ୍କୀକୁ ଚିହ୍ନଟ କଲା ପୋଲିସ

ନୂଆଦିଲ୍ଲୀ: ପୁଲଓ୍ୱାମା-ପାର୍ଟ ୨କୁ ରୂପ ଦେବା ପାଇଁ ଷଡ଼ଯନ୍ତ୍ର କରିଥିବା ଜଣେ ସ୍ଥାନୀୟ ଆତଙ୍କବାଦୀକୁ ଚିହ୍ନଟ କରିଛି ଜାମ୍ମୁ ଓ କାଶ୍ମୀର ପୋଲିସ । ଏହି ଆତଙ୍କବାଦୀ ଜଣଙ୍କ ସୋପିଆନ୍ ଅଞ୍ଚଳର ହିଦାୟତୁଲ୍ଲା ମଲ୍ଲିକ ।

ଗତକାଲି ସୁରକ୍ଷାବଳର ଅପରେସନରେ ଧରାପଡ଼ିଥିବା ବିସ୍ଫୋରକ ବୋଝେଇ କାରର ମାଲିକ ହେଉଛି ହିଦାୟତୁଲ୍ଲା।  ଗତ ବର୍ଷ ଜୁଲାଇରେ ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦିନ୍ ସହ ଯୋଡି ହୋଇଥିଲା ହିଦାୟତୁଲ୍ଲା।

ଏହି ଘଟଣାରେ ପୋଲିସ ଅଧିକ ଛାନଭିନ୍ କରୁଛି । ୨୦୧୯ ଫେବ୍ରୁଆରିରେ ହୋଇଥିବା ପୁଲଓ୍ୱାମା ଆକ୍ରମଣ ଭଳି ଏଥର ମଧ୍ୟ ସମାନ ଧରଣର ହମଲା ପାଇଁ ସେ ଯୋଜନା କରିଥିଲେ ଆତଙ୍କବାଦୀ । ହେଲେ ଗତକାଲି ଭାରତୀୟ ସୁରକ୍ଷାବଳ ଆତଙ୍କବାଦୀଙ୍କର ଏହି ଉଦ୍ୟମକୁ ପଣ୍ଡ କରିଦେଇଥିଲା ।

You might also like