ନାମୀଦାମୀ ହୋଟେଲ୍‌ରେ ଚାଲୁଥିଲା ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌, ଅଭିନେତ୍ରୀ ଉଦ୍ଧାର

ମୁମ୍ୱାଇ: ମୁମ୍ୱାଇ ପୁଲିସ ଏକ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟକୁ ଠାବ କରିଛି। ମୁମ୍ୱାଇ ଅନ୍ଧେରିରେ ଥିବା ଏକ ତିନି ତାରକା ହୋଟେଲରେ ସେକ୍ସ ରାକେଟ ଚାଲିଥିବା ବେଳେ ଗୁରୁବାର ରାତିରେ ପୁଲିସ ରେଡ୍ କରି ଜଣେ ୨୯ ବର୍ଷୀୟ ମହିଳାଙ୍କୁ ଗିରଫ କରିବା ସହ ୩ ଜଣ ଅଭିନେତ୍ରୀଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ମଧ୍ୟରେ ଜଣେ ନାବାଳିକା ଅଛନ୍ତି।

ରେଡ୍ ବେଳେ ପୁଲିସ୍‌ ହାତରେ ଧରାପଡ଼ିଥିବା ଏହି ତିନି ମହିଳା ଦେହ ବ୍ୟବସାୟରେ ସାମିଲ୍ ଥିବା ଜଣାପଡ଼ିଛି। ଏହି ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ ପ୍ରିୟା ଶର୍ମା ବୋଲି ପୁଲିସ ଜାଣିବାକୁ ପାଇଛି।

ଅଟକ ହୋଇଥିବା ଜଣେ ମହିଳା ଟିଭିରେ ଚାଲୁଥିବା ଲୋକପ୍ରିୟ ଧାରାବାହିକ ‘ସାବଧାନ ଇଣ୍ଡିଆ’ର ଅଭିନେତ୍ରୀ। ଅନ୍ୟ ଜଣେ ମହିଳା ମରାଠୀ ଫିଲ୍ମ ଏବଂ ସିରିଏଲର ଅଭିନୟ କରନ୍ତି ବୋଲି ଜଣାପଡ଼ିଛି। ସେହିପରି ନାବାଳିକା ଜଣଙ୍କ ଓ୍ୱେବ୍ ସିରିଜରେ କାମ କରୁଥିବା ସୂଚନା ମିଳିଛି।

ସୂଚନାଥାଉ କି, ଏହାପୂର୍ବରୁ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲ୍‌ରେ ହାଇ ପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ ପୁଲିସ୍‌ ଠାବ କରିଥିଲା। ସେକ୍ସ ରାକେଟ୍‌ ଅଭିନେତ୍ରୀ ଓ ମଡେଲ୍‌ଙ୍କ ତତ୍ତ୍ୱାବଧାନରେ ଚାଲୁଥିବା ନେଇ ଜଣାପଡ଼ିଥିଲା। ଏହି ଦୁଇ ଜଣ ଦେହ ବ୍ୟବସାୟ ପାଇଁ ଝିଅ ମାନଙ୍କୁ ସପ୍ଲାଏ କରୁଥିଲେ ବୋଲି ସୂଚନା ମିଳିଛି।

You might also like