ପାକିସ୍ତାନ ଓ ଚୀନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲେ ପିଓକେ ବାସିନ୍ଦା

 

ଶ୍ରୀନଗର: ପାକିସ୍ତାନ ଅଧିକୃତ କାଶ୍ମୀରର ମୁଜାଫରାବାଦରେ ପାକିସ୍ତାନ ଓ ଚୀନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟବାସିନ୍ଦା। ନୀଲମ୍ ଓ ଝେଲମ ନଦୀ ଉପରେ ଡ୍ୟାମ ନିର୍ମାଣକୁ ବିରୋଧ କରି ଶହ ଶହ ସଂଖ୍ୟାର ଲୋକ ପ୍ଲାକାର୍ଡ ଧରି ଜୋରଦାର ବିକ୍ଷୋଭ କରିବା ସହ ନିର୍ମାଣ ବନ୍ଦ ପାଇଁ ଦାବି କରିଛନ୍ତି।

ନୀଲମ ଓ ଝେଲମ ନଦୀରେ ଡ୍ୟାମ ନିର୍ମାଣ କରିବା ଲାଗି ପାକିସ୍ତାନ ଓ ଚୀନ୍ ମଧ୍ୟରେ ରାଜିନାମା ସ୍ୱାକ୍ଷର ହେବା ପରେ ଚୀନ୍ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ତେବେ ଡ୍ୟାମ ନିର୍ମାଣ ଫଳରେ ମୁଜାଫରାବାଦ ଅଞ୍ଚଳରେ ବ୍ୟାପକ କ୍ଷତି ହେବ ଓ ନଦୀରେ ଜଳ ପ୍ରବାହ ବାଧା ଉପୁଜିବ ବୋଲି ଆଶଙ୍କା କରି ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି।

ବିକ୍ଷୋଭକାରୀଙ୍କ କହିବା କଥା ଯେ, ଆରମ୍ଭରୁ ଏହି ୨ଟି ପ୍ରକଳ୍ପ ଚୀନ୍ ଦ୍ୱାରା ନିର୍ମାଣକୁ ସେମାନେ ବିରୋଧ କରି ଆସୁଛନ୍ତି, ହେଲେ ପାକିସ୍ତାନ ସରକାର ଲୋକଙ୍କ ସ୍ୱାର୍ଥକୁ ଧ୍ୟାନ ନ ଦେଇ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like