ଗିଲଗିତ୍‌-ବାଲ୍ଟିସ୍ତାନ ଓ ମୁଜାଫରବାଦକୁ ଭାରତର ଅଙ୍ଗ କହିଲା IMD

ନୂଆଦିଲ୍ଲୀ: ପାକିସ୍ତାନ ଅଧୀନରେ ଥିବା ଗିଲଗିତ୍‌ ବାଲ୍‌ଟିସ୍ଥାନ ଭାରତର ଅଭିନ୍ନ ଅଙ୍ଗ।  ଭାରତୀୟ ପାଣିପାଗ ବିଭାଗ (IMD) ତାର ବୁଲେଟିନ୍‌ରେ ଏକଥା ସଷ୍ଟ କରିଛି। IMD ତାର ମେ’ ୫ ତାରିଖ ବୁଲେଟିନ୍‌ରେ ଜମ୍ମୁ-କାଶ୍ମୀର ସବ୍‌ଡିଭିଜନରେ  ଜମ୍ମୁ-କାଶ୍ମୀର, ଲଦାଖ, ଗିଲଗିତ୍‌-ବାଲ୍ଟିସ୍ତାନ ଏବଂ ମୁଜାଫରବାଦକୁ ସାମିଲ କରିବା ଆରମ୍ଭ କରିଛି। ଏଠି କହି ରଖିବୁ ଗିଲଗିତ୍‌-ବାଲ୍ଟିସ୍ତାନ ଏବଂ ମୁଜାଫରବାଦକୁ  ଏବେ ପାକିସ୍ତାନ ନିଜ କବ୍‌ଜାରେ ରଖିଛି।

ମଙ୍ଗଳବାର IMD ଉତ୍ତର-ପଶ୍ଚିମ ଭାରତର ପାଣିପାଗ ବିବରଣୀ ଦେବାବେଳେ ଏଥିରେ ପାକ୍‌ ଅଧିକୃତ ଏହି ଦୁଇ ଅଞ୍ଚଳକୁ ସାମିଲ କରିଛି। ତେବେ IMD ତାର ପାଣିପାଗ ବୁଲେଟିନ୍‌ରେ ଏପରି ସୂଚନା ଦେବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। IMD ଡାଇରେକ୍ଟର ଜେନେରାଲ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ‘IMD ସମ୍ପୂର୍ଣ୍ଣ ଜମ୍ମୁ-କାଶ୍ମୀରର ପାଣିପାଗ ରିପୋର୍ଟ ତାର ବୁଲେଟିନ୍‌ରେ ଦେଇଥାଏ। ଆମେ ଏହି ବୁଲେଟିନ୍‌ରେ ଗିଲଗିତ୍‌-ବାଲ୍ଟିସ୍ତାନ ଏବଂ ମୁଜାଫରବାଦକୁ ଏଥିପାଇଁ ସ୍ଥାନ ଦେଇଛୁ ଯେ, ଏହାର ଭାରତର ଏକ ଅଙ୍ଗ ଅଟେ। ‘

ସୂଚନାଥାଉ କି, ଚଳିତମାସ ପ୍ରାରମ୍ଭରେ ଭାରତ କହିଥିଲା, ଏହି ଇଲାକାରେ ପାକିସ୍ତାନର କୌଣସି ଅଧିକାର ନାହିଁ। ସେଠିକାର ସୁପ୍ରିମକୋର୍ଟ ଗିଲଗିତ୍‌-ବାଲ୍ଟିସ୍ତାନରେ ନିର୍ବାଚନ କରିବା ପାଇଁ ପାକ୍ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭାରତ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହି ଅଞ୍ଚଳରେ ପାକିସ୍ତାନର କୌଣସି ଅଧିକାର ନାହିଁ ବୋଲି କହିଥିଲା।

 

ଆହୁରି ପଢ଼ନ୍ତୁ

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

You might also like