ଏସିଆର ସବୁଠୁ ବଡ଼ ସୌର ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ରିୱା: ଏସିଆର ସବୁଠୁ ବଡ଼ ସୌର ପ୍ରକଳ୍ପ ଉଦ୍‌ଘାଟିତ। ମଧ୍ୟପ୍ରଦେଶ ରିୱାରେ ନିର୍ମାଣ ହୋଇଥିବା ୭୫୦ ମେଗାୱାଟ୍ ପ୍ରୋଜେକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରିୱା ଅଲ୍‌ଟ୍ରା ମେଗା ସୋଲାର୍ ଲିମିଟେଡ୍-RUMSLରେ ରହିଛି ତିନିଟି ସୋଲାର୍ ୟୁନିଟ୍। ପ୍ରତ୍ୟେକ ୟୁନିଟ୍ ୨୫୦ ମେଗାୱାଟ ବିଶିଷ୍ଟ ରହିଛି।

ପ୍ରତି ୟୁନିଟ୍ ୫ ଶହ ହେର ଜମିରେ ନିର୍ମାଣ ହୋଇଛି। ସୋଲାର୍ ଏନର୍ଜି କୋପରେସନ୍, ମଧ୍ୟପ୍ରଦେଶ ଉର୍ଜା ବିକାଶର ମିଳିତ ପ୍ରୟାସରେ ଏହା ନିର୍ମାଣ ହୋଇଛି। ଏହି ସୋଲାର୍ ପାର୍କ ପାଇଁ ଖର୍ଚ୍ଚ ହୋଇଛି ୧୩୮ କୋଟି ଟଙ୍କା।

ଏହାକୁ ଉଦ୍‌ଘାଟନ କରିବା ପରେ ଦେଶରେ ଶକ୍ତି କ୍ଷେତ୍ରରେ ଏହା ନୂଆ ଆରମ୍ଭ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ରିୱା ପ୍ରକଳ୍ପ ଏକ ନୂଆ ଇତିହାସ ରଚିଛି। ଯାହା ଭାରତକୁ ଏକ ଭିନ୍ନ ଦିଶା ଦେବ ବୋଲି ମୋଦି କହିଛନ୍ତି।

ମଧ୍ୟପ୍ରଦେଶ ସମେତ ଶିଳ୍ପ ଓ ଦିଲ୍ଲୀ ମେଟ୍ରୋ ରେଳକୁ ଏହି ପ୍ରକଳ୍ପ ବିଜୁଳୀ ଯୋଗାଇବ। ସୌର ଶକ୍ତି SURE, PURE ଏବଂ SECURE ବୋଲି ଆକ୍ଷା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଭିଡିଓ କନ୍‌ଫେରନ୍ସିଂରେ ମୋଦି, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ଆଲୋଚନା କରିବା ସହ ଏହି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି।

You might also like