’MSP ଥିଲା, ଅଛି ଏବଂ ରହିବ’ : ଶୀତ କାକରରେ ବସି ରହିଥିବା ଚାଷୀଭାଇଙ୍କୁ ଆନ୍ଦୋଳନରୁ ଓହରିବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ବିରୋଧରେ ଜାରି ରହିଥିବା ଆନ୍ଦଳନର ଭିତରେ ଆଜି ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ସମ୍ବୋଧନ କରିଛନ୍ତି। ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ଗୃହରେ ମତ ରଖି ନରେନ୍ଦ୍ର ମୋଦି। ବିରୋଧୀଙ୍କୁ ଟାର୍ଗେଟ କରିବା ସହ, ଆନ୍ଦୋଳନରତ ଚାଷୀଭାଇଙ୍କୁ ଆନ୍ଦୋଳନରୁ ଓହରିବାକୁ ସ୍ୱତନ୍ତ୍ର ଅପିଲ କରିଛନ୍ତି। ଏମସପି, ଥିଲା, ଏମସପି ଅଛି, ଆଉ ଆଗକୁ ମଧ୍ୟ ଏମସପି ରହିବ। ଏଥିରେ କୌଣସି ସନ୍ଦିହାନ ନାହିଁ। ବର୍ତ୍ତମାନ କୃଷକମାନେ ଆନ୍ଦଳନ ଶେଷ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
PM reitertes in Rajya Sabha ‘MSP tha, MSP hai aur MSP rahega.’
He is replying in the House to the Motion of Thanks on the President’s Address. pic.twitter.com/CsqDxJHBxO
— ANI (@ANI) February 8, 2021
ଶୀତ, କାକରରେ ବସିଥିବା ଚାଷୀଙ୍କ ଉଦ୍ଦେଶ୍ୟରେ ତଥା ବୁଝାଇବା ଢ଼ଙ୍ଗରେ ମୋଦି କହିଛନ୍ତି ଆମକୁ ମିଳିତ ଭାବେ ଆଗକୁ ବଢ଼ିବାକୁ ହେବ। ଯେତେ ସବୁ ଗାଳି ଅଛି ମୁଁ ସବୁ ଶୁଣିବାକୁ ପ୍ରସ୍ତୁତ, କିନ୍ତୁ ସୁଧାରରେ ସମସ୍ତଙ୍କ ସହଯୋଗ ଜରୁରୀ। ଅନକ ବୟସ୍କ ବ୍ୟକ୍ତି ଆନ୍ଦୋଳନରେ ବସିଛନ୍ତି, ସେମାନେ ଘରକୁ ଯିବା ଉଚିତ। ପଞ୍ଜାବ ଚାଷୀଙ୍କୁ କିଛି ଶକ୍ତି ଭୂଆଁ ବୁଲାଉଛନ୍ତି। ଆଉ ସେହି ଭୂଆଁ ବୁଲାଉଥିବା ଆନ୍ଦୋଳନକାରୀଙ୍କୁ ଚିହ୍ନିବା ଜରୁରୀ।
#ଏମ୍ଏସପି_ଥିଲା_ଅଛି_ଓ_ରହିବ
ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ରାଜ୍ୟସଭାରେ ମତ ରଖି ଏମିତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ଆନ୍ଦୋଳନରୁ ଓହରିବାକୁ ଚାଷୀଙ୍କୁ ଅପିଲ୍ କରିଛନ୍ତି। #MSP #NarendraModi pic.twitter.com/Xq7TyHEmMT— ଓଟିଭି (@otvkhabar) February 8, 2021
ଚାଷୀ ଆନ୍ଦୋଳନକୁ ନେଇ ଗୃହରେ ଜୋରସୋର ଚର୍ଚ୍ଚା ହୋଇଛି, ତେବେ ଚାଷୀ ଆନ୍ଦୋଳନ କଣ ପାଇଁ ହେଉଛି କେହି କହିନାହାନ୍ତି। ଆନ୍ଦୋଳନର ମୁଖ୍ୟ କାରଣ ଉପରେ ଚର୍ଚ୍ଚା ହେବା କଥା। ସେହିପରି ଲାଲ ବାହାଦୂର ଶାସ୍ତ୍ରୀ ଯେତେବେଳେ କୃଷି ଆଇନରେ ପରିବର୍ତ୍ତନ ଆଣିଥିଲେ, ସେତେବେଳେ ମଧ୍ୟ ଏପରି ସ୍ଥିତ ଉପୁଜିଥିଲା। ତାଙ୍କୁ ମଧ୍ୟ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ସେ ପଛକୁ ହଟିଲେ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଆଗରୁ ମଧ୍ୟ ଅନେକ ନିୟମ ହୋଇଛି, ତେବେ ଏଥିପାଇଁ ସମୟର ଆବଶ୍ୟକ ହୋଇଥା। ଆଉ କିଛି ସମୟ ପରେ ସବୁ ନିୟମରେ ସୁଧାର ଆସେ। ତେବେ କୃଷି ଆଇନକୁ ନେଇ ବିରୋଧୀ ୟୁଟର୍ଣ୍ଣ କରିଛନ୍ତି ବୋଲି କହିଛନ୍ତି ମୋଦି। କ୍ଷୁଦ୍ର ଚାଷୀଙ୍କୁ ଦୃଷ୍ଟିରେ ରଖି ସମସ୍ତ ନିଷ୍ପତ୍ତି ନିଆଯାଇଛି ବୋଲି ମଧ୍ୟ ସେ କହିଛନ୍ତି।
ସେହିପରି କରୋନା ଲଢ଼େଇ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ କହିଛନ୍ତି, ଏହି ବିଜୟ କୌଣସି ସରକାରଙ୍କର ନୁହେଁ, ସମଗ୍ର ଦେଶର ତଥା ଦେଶବାସୀଙ୍କର। ଭାରତ ଉପରେ ସମଗ୍ର ବିଶ୍ୱର ନଜର ରହିଛି । ଭାରତ ଠାରୁ ଅନେକ କିଛି ଆଶା ରଖୁଛି ବିଶ୍ୱ। ମାନବଜାତିକୁ ବଞ୍ଚାଇବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା କଥା ବିଶ୍ୱ ସ୍ୱୀକାର କରିଛି। କରୋନା ବିପକ୍ଷରେ ଭାରତର ଲଢ଼େଇ ଉତ୍ସାହଜନକ ରହିଛି।
The eyes of the world are on India. There are expectations from India and there is confidence that India will contribute to the betterment of our planet: PM Narendra Modi replies to the Motion of Thanks on the President’s Address, in the Rajya Sabha pic.twitter.com/uvcgbGQfWU
— ANI (@ANI) February 8, 2021
ଅନ୍ୟପଟେ ଟିକା ପାଇଁ ଭାରତୀୟ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି ମୋଦି। କମ୍ ସମୟରେ ମିଶନ ମୋଡରେ ବୈଜ୍ଞାନିକମାନେ କାମ କରିଛନ୍ତି। ଭାରତରେ ଟିକାକରଣ ଅଭିଯାନ ଜୋରସୋରରେ ଚାଲିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଭାରତ ଲୋକତନ୍ତ୍ରର ଜନ୍ମଭୂମି, ଭାରତର ରାଷ୍ଟ୍ରବାଦ ସଂକୀର୍ଣ୍ଣ ନୁହେଁ। ଭାରତର ରାଷ୍ଟ୍ରବାଦ ସତ୍ୟମ, ଶିବମ, ସୁନ୍ଦରମରୁ ପ୍ରେରିତ। ଆର୍ଥିକ କ୍ଷେତ୍ରରେ ବି ଭାରତ ସୁଦୃଢ଼ ହେଉଛି। ଆତ୍ମବିଶ୍ୱାସର ସହ କାମ କଲେ ଦେଶ ଆଗକୁ ବଢ଼ିବ ବୋଲି କହିଛନ୍ତି ମୋଦି।