ଦିଲ୍ଲୀ ବିଜ୍ଞାନ ଭବନରେ ଶିକ୍ଷା ସମ୍ପର୍କିତ ସମ୍ମିଳନୀ

ନୂଆଦିଲ୍ଲୀ : ଜ୍ଞାନ ଏବଂ ଶିକ୍ଷାକୁ କେବଳ ବହି ଭିତରେ ସୀମିତ ରଖାଯିବା କଥା ନୁହେଁ । ଭାରତର ଶିକ୍ଷା ବ୍ୟବସ୍ଥାକୁ ଅଧିକ ଉଚ୍ଚକୁ ନେବାକୁ ପ୍ରୟାସ କରାଯିବ। ବର୍ତ୍ତମାନ ସମୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଅାସିଥିବା ବେଳେ ଏହାକୁ ଅାହୁରି ଅାଗକୁ ନେବାକୁ ପଡିବ। ଦେଶ ବାହାରେ କିଭଳି ଅାମ ଦେଶ ଶିକ୍ଷାକ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇପାରିବ ସେନେଇ ଭିତ୍ତି ଭୂମିର ବିକାଶ କରାଯିବ।

ଦିଲ୍ଲୀ ବିଜ୍ଞାନ ଭବନରେ ଅାୟୋଜିତ ଏକ ଶିକ୍ଷା ସମ୍ପର୍କିତ ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମ୍ମିଳନୀରେ ବିଭିନ୍ନ ଶିକ୍ଷାନୁଷ୍ଠାନର ୩ଶହରୁ ଅଧିକ କୁଳପତି ଓ ନିର୍ଦ୍ଦେଶକ ଯୋଗଦେଇଥିଲେ। ଏଥିରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସହ ଯୋଗଦେଇଥିଲେ।

You might also like