ବାଂଲାଦେଶରେ କାଳୀ ପୂଜା କଲେ ମୋଦି : ବିଶ୍ୱକୁ କରୋନା ମୁକ୍ତ କରିବାକୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଈଶ୍ୱରୀପୁରୀ ଜେଶ୍ୱରେଶ୍ୱରୀ କାଳୀ ମନ୍ଦିରରେ କଲେ ପୂଜା
ବିଶ୍ୱକୁ କରୋନା ମୁକ୍ତ କରିବାକୁ ପ୍ରାର୍ଥନା କଲେ
ଓରକାଣ୍ଡିରେ ମଟୁଆ ସଂପ୍ରଦାୟକୁ ଉଦବୋଧନ
ସଂଧ୍ୟାରେ ହସିନାଙ୍କ ସହିତ ଅନେକ ଚୁକ୍ତି ସ୍ୱାକ୍ଷର ହେବ

ଢ଼ାକା: ବାଂଲାଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସତଖିରା ଜିଲ୍ଲାର ଈଶ୍ୱରୀପୁରରେ ଥିବା ଜେଶ୍ୱରେଶ୍ୱରୀ କାଳୀ ମନ୍ଦିରେରେ  ପୂଜାର୍ଚ୍ଚନା କରିଛନ୍ତି । ଏହି ପୀଠ ୫୧ଟି ଶକ୍ତି ପୀଠ ମଧ୍ୟରୁ ଗୋଟିଏ । କାଳୀ ମନ୍ଦିରରେ ମୁକୁଟ ପ୍ରଦାନ କରିବା ସହ ପୂଜାର୍ଚ୍ଚନା କରି ବିଶ୍ୱକୁ କରୋନା ମୁକ୍ତ କରିବାକୁ ମୋଦି ପ୍ରାର୍ଥନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମା’ କାଳୀଙ୍କୁ ଏକ ମୁକୁଟ, ଶାଢ଼ୀ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ଅର୍ପଣ କରିବା ସହ  ଶେଷରେ ମନ୍ଦିରର ଚତୁର୍ଦ୍ଦିଗ ପରିକ୍ରମା କରିଛନ୍ତି । ମାଙ୍କୁ ପ୍ରଦାନ କରାଯାଇଥିବା ରୂପାରେ ନିର୍ମିତ ଏହି ‘ମୁକୁଟ’ ଉପରେ ଏକ ସୁନାର ପରସ୍ତ ରହିଛି । ପାରମ୍ପାରିକ କାରିଗରଙ୍କ ଦ୍ୱାରା ତିନି ସପ୍ତାହ ମଧ୍ୟରେ ମୁକୁତଟ ତିଆରି କରାଯାଇଥିଲା । ସେପଟେ ମନ୍ଦିର ପରିସରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ତିଳକ ଲଗାଇ ତଥା ଅନ୍ୟାନ୍ୟ ପାରମ୍ପାରିକ ପ୍ରଥା ଅନୁସାରେ ସ୍ୱାଗତ କରିଯାଇଥିଲା । ଏହା ପରେ ବିଧି ଅନୁସାରେ ମାତା କାଳୀଙ୍କୁ ପୂଜା କରିଥିଲେ ମୋଦି

 

ତେବେ କାଳୀପୂଜା ପରେ ଏବେ ଓରକାଣ୍ଡି ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ମଟୁଆ ସଂପ୍ରଦାୟକୁ ଉଦବୋଧନ ଦେଇ କହିଛନ୍ତି, ଏହି ସୁଯୋଗକୁ ସେ ବହୁ ଦିନ ହେଲା ଅପେକ୍ଷା କରିଥିଲି । ୨୦୧୫ ବାଂଲାଦେଶ ଗସ୍ତ ବେଳେ ମଧ୍ୟ ଏଠାକୁ ଆସିବାର ଇଚ୍ଛା ଥିଲା । ଆଉ ସେହି ସ୍ୱପ୍ନ ଏବେ ପୂରଣ ହୋଇଛି  । ପରେ ଗୋପାଳଗଞ୍ଜ ଜିଲ୍ଲାର ଟୁଙ୍ଗିପାରାରେ ଥିବା ବଙ୍ଗବନ୍ଧୁ ତଥା ବାଂଲାଦେଶର ଜାତିର ପିତା ଶେଖ୍ ମୁଜିବୁର ରେହମାନଙ୍କ ସମାଧୀପୀଠ ପରିଦର୍ଶନ କରିବେ ମୋଦି । ଅପରାହ୍ନରେ ଭାରତ-ବାଂଲାଦେଶ ଦ୍ୱି-ପାକ୍ଷିକ ଆଲୋଚନା ନେଇ ସେଠାକାର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ମୋଦିଙ୍କ ଆଲୋଚନା ହେବ । ଏହି ଅବସରରେ ଅନେକ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ କରାଯିବ।

You might also like