ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲାବେଳେ କେଉଁ ମାସ୍କ ପିନ୍ଧିଥିଲେ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ: କରୋନା ମୁକାବିଲା ଏବଂ ଲକ୍‌ଡାଉନ୍ ଅବଧି ବୃଦ୍ଧି ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଲୋଚନା କଲାବେଳେ ଅଧିକାଂଶ ମୁଖ୍ୟମନ୍ତ୍ରୀ ମାସ୍କ ପିନ୍ଧିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମାସ୍କ ନପିନ୍ଧିଥିଲେ ବି ମୁହଁକୁ କିନ୍ତୁ ଘୋଡ଼ାଇ ରଖିଥିଲେ।

ସେ କୌଣସି ସର୍ଜିକାଲ୍ କି ଏନ୍-95 ନୁହେଁ, ବରଂ ନିଜର ଉତ୍ତରୀୟରେ ପାଟି ଏବଂ ନାକକୁ ଘୋଡ଼ାଇଥିବା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କ ସହ କିଛି ମୁଖ୍ୟମନ୍ତ୍ରୀ ମଧ୍ୟ ମାସ୍କ ପିନ୍ଧିଥିଲେ। ନିକଟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଏକ ଆଡଭାଇଜାରି ଜାରି କରାଯାଇଥିଲା।

You might also like