୮ରେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନା
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ହୋଇ ବଢିଲାଣି। ଆଜି ଦେଶରେ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମଣ। ଲୋକେ ସାମାନ୍ୟ ଆଶ୍ୱସ୍ତ ହେଉଥିବାବେଳେ ଏବେ ପୁଣି ଚିନ୍ତା ବଢାଇଛି। ବିଭନ୍ନ ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ନିଦ ହଜାଇ ଦେଇଛି। ସେହିପରି ଦିଲ୍ଲୀ, ଗୁଜରାଟ ଓ ହରିଆଣାରେ ଗ୍ରାଫ ଉପର ମୁହାଁ ହେଉଛି।
ସେଥିପାଇଁ ଆସନ୍ତା ୮ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କରିବେ। ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। କୋଭିଡ୍ ଓ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। ତେବେ ଟିକାକରଣ କିଭଳି ବ୍ୟାପକ କରିହେବ ଓ ଦ୍ରୁତ ଗତିରେ ବଢୁଥିବା କରୋନାକୁ କିଭଳି ରୋକିହେବ, ସେନେଇ ଆଲୋଚନା କରିପାରନ୍ତି। ଏହାପୂର୍ବରୁ ମାର୍ଚ୍ଚ ୧୭ ତାରିଖରେ ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।
ଆହୁରି ପଢ଼ନ୍ତୁ
ଆଜି ଦେଶରେ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମଣ। ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଛି। ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୩ ହଜାର ୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ସଂଖ୍ୟା ୧ କୋଟି ୨୫ ଲକ୍ଷ ୮୯ ହଜାର ୬୭କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୪୭୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୧୦୧କୁ ବୃଦ୍ଧି ପାଇଛି।