ନୂଆଦିଲ୍ଲୀ : ’ପରମ୍ପରା ଏବଂ ପ୍ରଯୁକ୍ତିବିଦ୍ୟା ଭାରତର ସବୁଠାରୁ ବଡ ଶକ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଟୟକାଥନ୍ -୨୦୨୧ର  ପ୍ରତିଯୋଗୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏଥିରେ କହିଛନ୍ତି ଗତ ୬ ବର୍ଷ ମଧ୍ୟରେ ଦେଶର ସମସ୍ୟାର ସମାଧାନ ପାଇଁ ହେକାଥନ୍ ଏକ ବଡ଼ ପ୍ଲାଟଫର୍ମ କରାଯାଇଛି। ଦେଶର ସାମର୍ଥ୍ୟକୁ ସଂଗଠିତ କରିବା, ଏହାକୁ ଏକ ମାଧ୍ୟମ ଦେବା ଏହାର ମୂଳ ଉଦ୍ଦେଶ୍ୟ । ଦେଶରେ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜ ଓ  ସମାଧାନ ସହିତ ଦେଶର ଯୁବଗୋଷ୍ଠୀ ଯେପରି ସିଧାସଳଖ ଯୋଗାଯୋଗ ରହିବେ ସେଥିପାଇଁ ଲଗାତାର ପ୍ରୟାସ କରାଯାଉଛି ।

ପ୍ରଧାନମନ୍ତ୍ରୀ ଟୟକାଥନ୍ 2021ରେ କହିଛନ୍ତି, ‘ଖେଳନା ଏବଂ ଡିଜିଟାଲ ଖେଳ ଜଗତରେ ଆତ୍ମନିର୍ଭରଶୀଳତା ଏବଂ ସ୍ଥାନୀୟ ସମାଧାନ ପାଇଁ ଦେଶବାସୀଙ୍କ ସହେଯାଗ ନିବେଦନ କରଯାଇଥିଲା । ଏଥିରେ ତାଙ୍କର ପ୍ରତିକ୍ରିୟା ସକରାତ୍ମକ ଦେଖବାକୁ ମିଳିଛି । ଖେଳନା ତଥା ଖେଳଗୁଡିକ ଆମର ମାନସିକ ଶକ୍ତି, ସୃଜନଶୀଳତା ଏବଂ ଅର୍ଥନୀତି ପରି ଅନେକ ଦିଗକୁ ପ୍ରଭାବିତ କରିଥାଏ ।


ବିଶ୍ୱରେ ଖେଳନା ବଜାରର ମୂଲ୍ୟ ପ୍ରାୟ ୧୦୦ ବିଲିୟନ ଡଲାର ଅଟେ ।  ଏଥିରେ ଭାରତର ଅଂଶ ମାତ୍ର ଦେଢ଼ ବିଲିୟନ ଡଲାର । ଅବାଶ୍ୟକତା ଅନୁସାରେ ବାହାର ଦେଶରୁ ପ୍ରାୟ ୮୦ ପ୍ରତିଶତ ଖେଳନା ଅମାଦାନୀ କରେ ଭାରତ ।  ଅର୍ଥାତ୍ ଦେଶର କୋଟି କୋଟି ଟଙ୍କା ବାହାରକୁ ଯାଉଛି । ଏହି ପରିସ୍ଥିତିରେ ପରିବର୍ତ୍ତନ ଆଣିବା ଜରୁରୀ । ଭାରତର ବର୍ତ୍ତମାନର ସାମର୍ଥ୍ୟ, କଳା, ସଂସ୍କୃତି, ଓ ସମାଜକୁ ଭଲ ଉପାୟରେ ବୁଝିବା ପାଇଁ ଚାହୁଁଛି ସାରା ଦୁନିଆ । ଏଥିରେ ଭାରତର ଖେଳନା ଏବଂ ଖେଳ ଶିଳ୍ପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ।

ବର୍ତ୍ତମାନ ଯୁବପୀଢ଼ିଙ୍କ ସାମ୍ନାରେ ଭାରତୀୟତାର ପ୍ରତ୍ୟେକ ଦିଗକୁ ଏକ ଆକର୍ଷଣୀୟ ଢ଼ଙ୍ଗରେ ଉପସ୍ଥାପନ କରିବା ଲକ୍ଷ୍ୟରେ ଦେଶର ଖେଳନା ଏବଂ ଖେଳ ଉତ୍ପାଦନ ଉପରେ ଧ୍ୟାନ ଦିଆଯାଉଛି । ଭାରତରେ ବିକଶିତ ହେଉଥିବା ଖେଳଗୁଡିକ ଚିତ୍ତାକର୍ଷକ ହେବା ସହ ପିଲାଙ୍କୁ ଶିକ୍ଷିତ ମଧ୍ୟ କରାଇବ । ଏ ଉପରେ ଦେଶର ଖେଳ ଶିଳ୍ପ ଉପରେ ଗୁରୁତ୍ୱ ଦେବା ଜରୁରୀ ।

 

Other Stories