ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବା ବେଳେ କଣ କହିଲେ ମୋଦି?

ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ

  • ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ
  • ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
  • ଭାରତକୁ ବିଶ୍ୱରେ ସଶକ୍ତ ହେବାକୁ ପଡ଼ିବ, ତାର ମାଧ୍ୟମ ଆତ୍ମନିର୍ଭର ଭାରତ
  • ଭୋକାଲ ଫର୍ ଲୋକାଲ ଏବେ ଆତ୍ମନିର୍ଭର ଭାରତର ମୂଳମନ୍ତ୍ର ହୋଇଛି
  • କରୋନା ଏକ ଅଜଣା ଶତ୍ରୁ ଥିଲା, ତା ବିରୋଧରେ ଲଢ଼ିବା ଚାଲେଂଜ ଥିଲା ବୋଲି କହିଲେ ମୋଦି

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାରେ ବକ୍ତବ୍ୟ ରଖିଲେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି। କହିଲେ, ଭାରତକୁ ବିଶ୍ୱରେ ସଶକ୍ତ ହେବାକୁ ପଡ଼ିବ, ତାର ମାଧ୍ୟମ ଆତ୍ମନିର୍ଭର ଭାରତ ଅଟେ। ଏହାସହ ଭୋକାଲ ଫର୍ ଲୋକାଲ ଏବେ ଆତ୍ମନିର୍ଭର ଭାରତର ମୂଳମନ୍ତ୍ର ହୋଇଛି। କେବଳ ଏତିକି ନୁହେଁ, କରୋନା ଏକ ଅଜଣା ଶତ୍ରୁ ଥିଲା, ତା ବିରୋଧରେ ଲଢ଼ିବା ଚାଲେଂଜ ଥିଲା। କିନ୍ତୁ ସାରା ଦେଶ ଏକାଠି ହୋଇ କରୋନା ମହାମାରୀ ସହ ଲଢେଇ କଲା। କିନ୍ତୁ ଏତେ ବଡ଼ ଦେଶକୁ କରୋନା କବଳିତ କଲେ ବିଶ୍ୱର କଣ ହେବ ପ୍ରଶ୍ନ ଉଠୁଥିଲା। ହେଲେ,  ଭାରତ କରୋନା ବିରୋଧରେ ଲଢ଼ି ସାରା ବିଶ୍ୱକୁ ଦେଖାଇ ଦେଲା ବୋଲି ନିଜ ବକ୍ତବ୍ୟରେ କହିଲେ ମୋଦି।

ସାରା ଦୁନିଆ ସଂତ୍ରସ୍ତ ହେଲା, ଆମେ ବଞ୍ଚିଗଲୁ କାରଣ ଆମ ଉପରେ  ଭଗବାନ କୃପା କଲେ ବୋଲି ମୋଦି କହିଛନ୍ତି। ଏହାସହ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ,  ସେହି ଡାକ୍ତର ଏବଂ ନର୍ସ ମାନେ ଆମମାନଙ୍କ ପାଇଁ ଭଗବାନଙ୍କ ଅବତାର ଥିଲେ। କାର ସେମାନଙ୍କ ପାଇଁ ହିଁ ଆମେ ସୁରକ୍ଷିତ ଅବସ୍ଥାରେ ଅଛନ୍ତି। କେବଳ ଏମାନେ ନୁହନ୍ତି ବରଂ ସଫେଇ କର୍ମଚାରୀ, ଆମ୍ବୁଲାନ୍ସ ଡ୍ରାଇଭର ଭଗବାନଙ୍କ ରୂପରେ ଆସିଥିଲେ। ସେହି ଭଗବାନରୂପୀଙ୍କ ପ୍ରଶଂସା କଲେ ନିଜ ଭିତରେ ଶକ୍ତି ଆସିବ ବୋଲି କହିଲେମୋଦି। ଏହାସହ କରୋନା କାଳରେ ୨ ଲକ୍ଷ କୋଟି ଟଙ୍କା ଲୋକଙ୍କ ପାଖରେ ପହଞ୍ଚା ଯାଇଛି ବୋଲି ଲୋକସଭାରେ ନିଜ ବକ୍ତବ୍ୟରେ କହିଛନ୍ତି।

ଏହାସହ କରୋନା କାଳରେ କୃଷି ସମ୍ପର୍କରେ ତିନୋଟି ଆଇନ ଆଣିଛନ୍ତି କେନ୍ଦ୍ର ସରକାର। ଦେଶର ସ୍ୱାର୍ଥ ଦୃଷ୍ଟିରୁ ଏହି ଆଇନ ଅଣାଯାଇଥିବା ମୋଦି କହିବା ସହ କେନ୍ଦ୍ର ସରକାର ସବୁବେଳେ ଲୋକଙ୍କ ପାଇଁ କାମ କରୁଛି ଓ ଆଗାମୀ ଦିନରେ କାମ ମଧ୍ୟ କରିବ ବୋଲି କହିଛନ୍ତି ମୋଦି।

ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହିତ ଅନ୍ୟ ୩ ଜଣଙ୍କର ଏହାରି ମଧ୍ୟରେ କାର୍ଯ୍ୟକାଳ ଶେଷ ହୋଇଛି। ଏଥିପାଇଁ ରାଜ୍ୟସଭାର ସଦସ୍ୟମାନେ ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୪ ବିଦାୟୀ ସାଂସଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ତେବେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବିଷୟରେ ସମ୍ବୋଧନ କରିବା ବେଳେ ଭାବପ୍ରବଣ ହୋଇ ପଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁଜରାଟ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆକ୍ରମଣ କଥା ମନେ ପକାଥିଲେ ।

You might also like