ହୃଦୟ ଜିତିଲେ ମୋଦି, ସୋଫା ବଦଳରେ ଚେୟାରରେ ବସିଲେ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଦେଶବାସୀଙ୍କ ହୃଦୟକୁ ଜିତି ନାହାନ୍ତି, ବିଶ୍ୱ ଦରବାରରେ ବି ସେ ନିଜର ମହାନତା ପ୍ରଦର୍ଶନ କରିଛନ୍ତି। ଦୁଇ ଦିନିଆ ରୁଷ ଗସ୍ତରେ ଥିବା ମୋଦି କେମିତି ସମସ୍ତଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଛନ୍ତି, ତା’ର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।
ରୁଷ ଗସ୍ତରେ ଯାଇଥିବା ମୋଦି ଗତକାଲି ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଯୋଗ ଦେଇଥିଲେ। ମୋଦି ମୁଖ୍ୟ ଅତିଥି ହୋଇଥିବାରୁ ତାଙ୍କ ସହ ଅନ୍ୟ ପ୍ରତିନିଧିମାନେ ଫଟୋ ଉଠାଇଥିଲେ।

 

ଏହି ସମୟରେ ଅନ୍ୟମାନଙ୍କ ପାଇଁ ଚେୟାର ପଡ଼ିଥିବା ବେଳେ ମୋଦିଙ୍କ ପାଇଁ ଅତ୍ୟାଧୁନିକ ସୋଫାର ବ୍ୟବସ୍ଥା କରାଯାଇଥିଲା। ସେଠାରେ ଉପସ୍ଥିତ ଅଧିକାରୀମାନେ ମୋଦିଙ୍କୁ ସୋଫାରେ ବସିବାକୁ କହିଥିଲେ। ହେଲେ ମୋଦି ତୁରନ୍ତ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ସେ ମଧ୍ୟ ଅନ୍ୟମାନଙ୍କ ଭଳି ସୋଫା ବଦଳରେ ଚେୟାରରେ ବସିବେ ବୋଲି କହିଥିଲେ। ମୋଦି ସୋଫାରେ ବସିବାକୁ କୁଣ୍ଠାବୋଧ ପ୍ରକାଶ କରିବାରୁ ତାଙ୍କ ପାଇଁ ସାଧାରଣ ପ୍ରତିନିଧିଙ୍କ ଭଳି ଚେୟାର ଅଣାଯାଇଥିଲା।

ପରେ ମୋଦି ସେଥିରେ ବସି ଫଟୋ ଉଠାଇଥିଲେ। ଏହି ଦୃଶ୍ୟର ଭିଡିଓ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରଳତା ଆଜି ପୁଣି ବିଶ୍ୱ ଦେଖିଛି। ତାଙ୍କ ପାଇଁ ସୋଫା ବ୍ୟବସ୍ଥା ହୋଇଥିଲେ ହେଁ ସେ ଅନ୍ୟ ଲୋକଙ୍କ ସହ ଚେୟାରରେ ହିଁ ବସିବାକୁ ଅଧିକ ପସନ୍ଦ କରିଥିଲେ।”

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like