‘ମନ୍ କି ବାତ୍‌’ରେ ଓଡ଼ିଶାବାସୀଙ୍କ ସାହାସିକତାକୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: କଟକଣା କୋହଳ ହେବା ପରେ ଧିରେ ଧିରେ ସୁଧୁରୁଛି ଦେଶର ଅର୍ଥବ୍ୟବସ୍ଥା। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି-ଟ୍ରେନ, ବିମାନ ଚଳାଚଳ ଆରମ୍ଭ ହେବା ସହ ଅର୍ଥବ୍ୟବସ୍ଥାରେ ଉନ୍ନତିର ରାସ୍ତା ଖୋଲାଯାଇଛି। ହେଲେ ବର୍ତ୍ତମାନ ସ୍ଥିତିରେ ଆମେ କରୋନା ପାଇଁ ଅଧିକ ସତର୍କ ରହି, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ମାନିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହାସହ ଅମ୍ପନ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗର ସେ ପ୍ରଶଂସା କରିଛନ୍ତି।

ବାକି ଦେଶ ତୁଳନାରେ ଆମ ଦେଶରେ ସଂକ୍ରମଣ ସଂଖ୍ୟା କମ୍ ମୃତ୍ୟୁହାର କମ୍ ରହିଛି। କରୋନା ବିପକ୍ଷରେ ଏହା ସମଗ୍ର ଦେଶବାସୀଙ୍କର ଅଭିଯାନ ସେବା ଦ୍ୱାରା କରୋନା ଯୋଦ୍ଧା ନିଜ ଜୀବନ ସମର୍ପିତ କରିଛନ୍ତି। କରୋନା ଭ୍ୟାକ୍ସିନ୍ ପାଇଁ ଦେଶରେ ଉଦ୍ୟମ ଜାରି ରହଥିବା ମୋଦି କହିଛନ୍ତି।

ସେହିପରି ପ୍ରବାସୀଙ୍କୁ ଆଣିବା ପାଇଁ ରେଲେୱେର ଉଦ୍ୟମ ପ୍ରଶଂସାଯୋଗ୍ୟ ଏବଂ ଗରିବ ଓ ଶ୍ରମିକଙ୍କ ଦୁଃଖ ଦୂର ପାଇଁ ନିରନ୍ତର ଚାଲିଥିବା ସେ କହିଛନ୍ତି। ଅପରପକ୍ଷେ ସାହସର ସହ ଅମ୍ପନ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।

You might also like