ସହରୀ ଗରିବଙ୍କୁ ଶସ୍ତା ଘର ଉପହାର ଦେଲେ ମୋଦି, ତିଆରି ହେବ ଭୂମିକମ୍ପ ପ୍ରତିରୋଧକ ଘର
ବଦଳିବ ସହରୀ ଭାରତର ରୂପରେଖ, ୬ ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରକଳ୍ପ
ନୂଆଦିଲ୍ଲୀ : ସହରୀ ଗରିବଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆବର୍ଷ ଉପହାର । ସହରୀ ଭାରତର ରୂପରେଖ ବଦଳାଇବା ପାଇଁ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୬ଟି ରାଜ୍ୟରେ ଲାଇଟ୍ ହାଉସ୍ ପ୍ରୋଜେକ୍ଟର ଭିତ୍ତି ପ୍ରସ୍ଥର ସ୍ଥାପନା କରିଛନ୍ତି ପ୍ରଧାନମନ୍ତ୍ରୀ । ନୂଆବର୍ଷରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାର୍ଯ୍ୟକ୍ରମ । ଏଲଏଚପି ଅନ୍ତର୍ଗତ କେନ୍ଦ୍ର ସରକାର ୬ଟି ସହର ଯଥା, ଇନ୍ଦୋର, ଚେନ୍ନାଇ, ରାଞ୍ଚି, ଅଗରତାଲା, ଲକ୍ଷ୍ନୌ ଏବଂ ରାଜକୋଟରେ ୧୦୦୦-୧୦୦୦ ରୁ ଅଧିକ ଘର ନିର୍ମାଣ କରିବାର ଯୋଜନା କରିଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିର୍ମାଣ ହେବାକୁ ଥିବା ଏହି ଘରଗୁଡ଼ିକ ଭୂମିକମ୍ପ ପ୍ରତିରୋଧୀ ହେବ । ସ୍ଥାନୀୟ ଜଳବାୟୁକୁ ଆଧାର କରି ଲୋକଙ୍କୁ ସୁରକ୍ଷିତ ଘର ପ୍ରଦାନ କରାଯିବ । ଏହି ଘରକୁ ମଜବୁତ ଭାବେ ତିଆରି କରାଯିବ ।
ଆଜି ୬ଟି ରାଜ୍ୟର ୬ଟି ସହରରେ ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ-ଇଣ୍ଡିଆ (ଜିଏଚଟିସି-ଇଣ୍ଡିଆ) ଅଧୀନରେ ଥିବା ଲାଇଟ୍ ହାଉସ୍ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁଜ ନିର୍ମାଣ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସହରୀ ଗରିବ ଲୋକଙ୍କୁ ଛାତ ଯୋଗାଇ ଦିଆଯିବ । ମାତ୍ର ୪ଲକ୍ଷ ୭୫ ହଜାର ଲକ୍ଷ ବିନିମୟରେ ଏହି ଯୋଜନା ଅନୁସାରେ ୪୧୫ ବର୍ଗଫୁଟର ଫ୍ଲାଟ୍ ସହରୀ ଗରିବଙ୍କୁ ପ୍ରଦାନ କରାଯିବ ।
Affordable Sustainable Housing Accelerators -India (ASHA-India) program is being run in the country to promote research and startups in modern housing technology: PM Narendra Modi at the launch of Light House Projects across six states pic.twitter.com/8fCZHZCpNF
— ANI (@ANI) January 1, 2021
ଘରର ମୂଲ୍ୟ ୧୨ ଲକ୍ଷ ୫୯ ହଜାର ହୋଇଥିବା ବେଳେ ଗରିବ ଶ୍ରେଣୀର ଲୋକଙ୍କ ପାଇଁ କେନ୍ଦ୍ର ଦେବ ୭ ଲକ୍ଷ ୮୩ ହଜାର । ବାକି ୪.୭୫ ଲକ୍ଷ ଲାଭାର୍ଥୀଙ୍କୁ ଦେବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ (ସହରୀ) ଏହି ଫ୍ଲାଟ୍ ଗୁଡ଼ିକ ବଣ୍ଟାଯିବ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଆର୍କିଟେକଚର୍, ପ୍ଲାନିଂ ଓ ନିର୍ମାଣ କ୍ଷେତ୍ର ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କ ସହ କଥା ହୋଇଛନ୍ତି ।
These six projects will give a new direction to housing projects in the country. It has strengthened cooperative federalism: PM Narendra Modi at the launch of Light House Projects across six states pic.twitter.com/vhED3qrKbU
— ANI (@ANI) January 1, 2021
ଏହି କାର୍ଯ୍ୟକ୍ରମରେ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) କାର୍ଯ୍ୟକାରୀ କରିବାରେ ଉତ୍କର୍ଷତା ଲାଭ କରିଥିବା ରାଜ୍ୟ ଗୁଡ଼ିକୁ ବାର୍ଷିକ ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି । ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ , ତ୍ରିପୁରା, ଝାଡଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ ଏହି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ୬ଟି ପ୍ରକଳ୍ପ ଦେଶରେ ଗୃହ ନିର୍ମାଣ ପାଇଁ ନୂତନ ଦିଗ ଦେଖାଇବ । ଏ ‘ନୂତନ ଶକ୍ତି, ନୂତନ ସଂକଳ୍ପ ଏବଂ ନୂତନ ସଂକଳ୍ପ ପ୍ରମାଣ କରିବା ପାଇଁ ଆଜି ଦ୍ରୁତ ଗତିରେ ଆଗକୁ ବଢିବା ଆବଶ୍ୟକ । ଘର ନିର୍ମାଣ ପାଇଁ ଦେଶ ନୂତନ ଜ୍ଞାନକୌଶଳ ଆପଣାଉଛି । ଏହି ପ୍ରକଳ୍ପ ବାସ୍ତବରେ ଲାଇଟହାଉସ୍ ପରି ।
Chief Ministers of Uttar Pradesh, Madhya Pradesh, Gujarat, Tripura, Andhra Pradesh take part in foundation stone laying ceremony of Light House Projects (LHPs) under Global Housing Technology Challenge-India . https://t.co/DDuauu55NY pic.twitter.com/XqlwybtOWc
— ANI (@ANI) January 1, 2021
At one time, Housing Plans were not the priority of Central govt. The govt did not care about the details and quality of construction. If the changes were not made, it would have been very difficult. Today, the country has chosen a different approach: PM Narendra Modi pic.twitter.com/Y9DxvJAEXM
— ANI (@ANI) January 1, 2021