ମୋଦିଙ୍କ ଅଚାନକ ଲଦାଖ ଗସ୍ତ, ସୁରକ୍ଷା ପ୍ରସଙ୍ଗକୁ ନେଇ ସ୍ଥିତି ପରଖିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ଲଦାଖ ଗସ୍ତ କରିଛନ୍ତି।  ଲଦାଖ ସେନା କ୍ୟାମ୍ପରେ ଯବାନଙ୍କ ସହ ଆଲୋଚନା କରିଛନ୍ତି ମୋଦି।  ସ୍ଥଳ ସେନା, ବାୟୁ ସେନା ଏବଂ ଆଇଟିବିପି ଯବାନଙ୍କ ସହ ବିସ୍ତୁତ ଭାବେ କଥା ହୋଇଛନ୍ତି।

ଯବାନଙ୍କ ସହ ଆଲୋଚନା କରିବା ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ ସିଡିଏସ୍ ଜେନେରାଲ ବିପିନ ରାଓ୍ୱତ, ସ୍ଥଳ ସେନା ମୁଖ୍ୟ ଏମ୍ଏନ୍ ନରୱାଣେ। ଏହାସହ ନର୍ଥନ୍ କମାଣ୍ଡର ଲେଫଟଣ୍ଡ୍ ଜେନେରାଲ୍ ୱାଇ କେ ଯୋଶୀଙ୍କ ସମେତ ୧୪ କୋର୍ ଅଧିକାରୀ ଉପସ୍ଥିତ ଅଛନ୍ତି।

ଏଲ୍ଏସିରେ ଚୀନ ସେନା ସହ ସଘଂର୍ଷ ହେବା ପରେ ପ୍ରଥମ ଥର ପାଇଁ ମୋଦି ସୀମାରେ ପହଞ୍ଚିଛନ୍ତି।  ଯବାନଙ୍କ ମନୋବଳ ବଢ଼ାଇବା ସହ ସୁରକ୍ଷା ପ୍ରସଙ୍ଗକୁ ନେଇ ସ୍ଥିତି ପରଖିଛନ୍ତି‌। ଏହାପୂର୍ବରୁ ରାଜନାଥ ସିଂହ ଏଲ୍ଏସି ଗସ୍ତ ନେଇ ଯୋଜନା ଥିଲା। ହେଲେ ଏହାକୁ ବାତିଲ କରାଯାଇଥିଲା। ସମୁଦ୍ର ପତ୍ତନରୁ ୧୧ ହଜାର ଫୁଟ୍ ଉଚ୍ଚରେ ଥିବା ନିମୁର ଫରୱାଡ୍ ବେସ୍‌ରେ ହୋଇଛି ଏହି ଆଲୋଚନା ।

ମୋଦିଙ୍କ ଏହି ଅଚାନକ ଗସ୍ତ ବେଶ ଗୁରୁତ୍ୱବହନ କରୁଛି। କାରଣ ଚୀନକୁ କଡ଼ା ଜବାବ ଦେବା ପାଇଁ ଗଲୱାନ୍ ଘାଟିରେ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ଏହି କ୍ଷେତ୍ରରେ ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ଲଦାଖ ଯାଇ ଯବାନଙ୍କ ସହ ଆଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ପୁଣି ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ଗାଁ ଭିତରେ ଅଳିଆ ଫିଙ୍ଗିଥିବାରୁ କରନ୍‌ ଜୋହରଙ୍କୁ କ୍ଷମା ମାଗିବାକୁ କହିଲେ ଗୋଆ ସରକାର

ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି-ସମସ୍ତଙ୍କୁ ଟିକା ମିଳିବ, କେହି ବାଦ୍‌ ପଡ଼ିବେନି

ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କଲେ ସ୍ୱାମୀ, ୨ ମାସ ତଳେ ହୋଇଥିଲା ଲଭ୍‌ ମ୍ୟାରେଜ୍

You might also like