ଗୁଗଲ୍ ସିଇଓଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁଗଲ୍ ସିଇଓ ସୁନ୍ଦର ପିଚାଇଙ୍କ ସହ ଭିଡିଓ କନଫରେନ୍ସି କରିଛନ୍ତି। ପିଚାଇଙ୍କ ସହ କଥାବାର୍ତ୍ତା ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟରରେ ଲେଖିଛନ୍ତି, ‘ଆଜି ସକାଳେ ସୁନ୍ଦର ପିଚାଇଙ୍କ ସହ ଏକ ସଫଳ ଆଲୋଚନା ହୋଇଛି। ଆମେ ଭାରତୀୟ କୃଷକ, ଯୁବବର୍ଗ ଏବଂ ଉଦ୍ୟୋକ୍ତାଙ୍କ ଜୀବନକୁ ବଦଳିବା ପାଇଁ ଆବଶ୍ୟକ ଟେକ୍ନୋଲୋଜିର ଶକ୍ତିର ଉପଯୋଗ ବ୍ୟତୀତ ଅନ୍ୟ କିଛି ବିଷୟ ଉପରେ ଆଲୋଚନା କଲୁ।


ପିଏମ୍ ମୋଦି ଆହୁରି କହିଛନ୍ତି, ସୁନ୍ଦର ପିଚାଇଙ୍କ ସହ କଥାବାର୍ତ୍ତା ବେଳେ ମୁଁ ନୂଆ କାର୍ଯ୍ୟ ସଂସ୍କୃତି ସମ୍ବନ୍ଧରେ କଥା ହେଲି, ଯାହା କରୋନା ଭଳି ମହାମାରୀ ସମୟରେ ଦୃଶ୍ୟମାନ ହେଉଛି। ଏହା ସହ କରୋନା ମହାମାରୀ କିପରି କ୍ରୀଡ଼ା କ୍ଷେତ୍ରରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି, ତାହା ଉପରେ ମଧ୍ୟ ଚର୍ଚ୍ଚା କଲୁ। ଆମେ ଡାଟା ସୁରକ୍ଷା ଓ ସାଇବର୍ ସୁରକ୍ଷାର ମହତ୍ତ୍ୱ ସମ୍ବନ୍ଧରେ ମଧ୍ୟ କଥା ହୋଇଛୁ।


ମୋଦି ଆହୁରି ଲେଖିଛନ୍ତି, ଗୁଗଲ୍ ପକ୍ଷରୁ ବିଭିନ୍ନ ସେକ୍ଟରରେ ଚାଲିଥିବା କାମ ସମ୍ବନ୍ଧରେ ମୁଁ ଜାଣିବାକୁ ପାଇଲି। ବିଶେଷକରି ଶିକ୍ଷା, ଶିକ୍ଷାଗତ, ଡିଜିଟାଲ୍ ଇଣ୍ଡିଆ, ଡିଜିଟାଲ୍ ପେମେଣ୍ଟ ସମେତ ଅନ୍ୟ କ୍ଷେତ୍ର ଉପରେ ଆଲୋଚନା କରିଛୁ। ପିଏମ୍ ମୋଦି ସୁନ୍ଦର ପିଚାଇଙ୍କ ସହ ଗୁଗଲ୍ ସମେତ ଭାରତରେ ଟେକ୍ନୋଲୋଜି କ୍ଷେତ୍ରରେ ସମ୍ଭାବନା ଉପରେ ମଧ୍ୟ ଆଲୋଚନା କରିଛନ୍ତି।

କିଛିଦିନ ତଳେ ପିଏମ୍ ମୋଦି ଆତ୍ମନିର୍ଭର ଭାରତର ସ୍ଲୋଗାନ୍ ଦେଇଥିଲେ। ସେ କହିଥିଲେ, ଭାରତରେ ପ୍ରତିଭାର ଅଭାବ ନାହିଁ। ଯଦି ଭାରତର ଯୁବବର୍ଗ ଚାହିଁବେ, ତାହେଲେ ପ୍ରତିଟି ସେକ୍ଟରରେ ନିଜର ପ୍ରତିଭାକୁ ସାରା ଦୁନିଆରେ ପ୍ରଷ୍ଫୁଟିତ କରିପାରିବେ। ଏହି ଆତ୍ମନିର୍ଭର ଭାରତ ଅଭିଯାନ ଆଧାରରେ ପିଏମ୍ ମୋଦି ଅନେକ ସେକ୍ଟର ସହ ଜଡ଼ିତ ଲୋକଙ୍କ ସହ କଥା ଆଲୋଚନା କରୁଛନ୍ତି।

ଆହୁରି ପଢ଼ନ୍ତୁ

ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

You might also like