ପରିବାରବାଦୀ ପାର୍ଟି ଦେଶ ପାଇଁ କ୍ଷତିକାରକ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବିହାରରେ ସଫଳତା ପରେ ବିଜେପି ମୁଖ୍ୟାଳୟରେ ବିଜୟ ଉତ୍ସବ ଆୟୋଜିତ ହୋଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବକ୍ତବ୍ୟ ରଖିଛନ୍ତି। ଶାନ୍ତିଶୃଙ୍ଖଳାରେ ନିର୍ବାଚନ ସଂପନ୍ନ ହୋଇଥିବାରୁ ମୋଦି ଧନ୍ୟବାଦ ଦେଇଛନ୍ତି।

ପୂର୍ବରୁ ନିର୍ବାଚନ ହେଲେ କେତେ ବୁଥ୍ ଲୁଟ୍ ହୋଇଛି ତାହା ଖବରର ଶିରୋନାମା ଥିଲା। ବିହାରରେ କେତେ ଲୋକଙ୍କ ମୃତ୍ୟୁ ଘଟିଛି ପୂର୍ବରୁ ପ୍ରମୁଖ ଖବର ଥିଲା। ତେବେ ବର୍ତ୍ତମାନ କେତେ ପ୍ରତିଶତ ଭୋଟ ହୋଇଛି ଏବେ ମୁଖ୍ୟ ଖବର ପାଲଟିଛି। ବିନା ବୁଥ୍ ରିଗିଂ, ରିପୋଲିଂରେ ବିହାର ନିର୍ବାଚନ ଶେଷ ହୋଇଛି।

କାଲିର ନିର୍ବାଚନ ଫଳାଫଳର ବହୁତ ବଡ଼ ଗୁରୁତ୍ୱ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। କାଲି ପୂର୍ବରେ ମଣିପୁର ଠାରୁ ପଶ୍ଚିମରେ ଗୁଜରାଟ ପଯର୍ୟନ୍ତ ବିଜେପି ଜିତିଛି। ୟୁପି, କର୍ଣ୍ଣାଟକ, ତେଲେଙ୍ଗାନା, ଲଦାଖରେ ବି ବିଜେପି ବିଜୟୀ ହୋଇଛି। ପୂରା ଦେଶରେ ବିଜେପି ବିଜୟବାନା ଉଡ଼ାଇଛି ସେ କହିଛନ୍ତି।

ଦିନ ଥିଲା ଆମର ୨ଟି ସିଟ୍ ଥିଲା, ଏବେ ସାରା ଦେଶର ପ୍ରତି କୋଣରେ ଆମେ ରହିଛୁ। ଯିଏ ଦେଶର ବିକାଶ ପାଇଁ ଇମାନଦାରୀ ସହ କାମ କରିବ, ଲୋକ ତାକୁ ଚାହିଁବେ। ଯିଏ କାମ କରିବ, ଲୋକଙ୍କ ଭରପୁର ଆଶୀର୍ବାଦ ମିଳିବ, ଏହା କାଲି ପୁଣି ପ୍ରମାଣିତ ହୋଇଛି। ଦେଶର ଜନତା ଆପଣଙ୍କ କାମକୁ ନିରିଖେଇ ଦେଖୁଛନ୍ତି ବୋଲି, ପ୍ରଧାନ ମନ୍ତ୍ରୀ ମତ ଦେଇଛନ୍ତି।

ଏକବିଂଶ ଶତାବ୍ଦୀରେ ରାଜନୀତି କେବଳ ବିକାଶକୁ ନେଇ ହିଁ ହେବ। ବିଜେପି, ଏନ୍‌ଡିଏ ଲୋକଙ୍କ ବିକାଶକୁ ପ୍ରାଥମିକତା ଦେଇଆସିଛି। ବିହାରରେ ତିନି ଥର କ୍ଷମତାରେ ରହିବା ପରେ ବି ବିଜେପିର ସିଟ୍ ବଢ଼ିଛି। ଦେଶବାସୀ ବିଜେପିକୁ ବାରମ୍ବାର ମୌକା ଦେଉଛନ୍ତି, ସର୍ବାଧିକ ବିଶ୍ୱାସ କରୁଛନ୍ତି। ବିହାରରେ ବିକାଶ କାର୍ଯ୍ୟର ବିଜୟ ହୋଇଛି। ସତ୍ୟ, ବିଶ୍ୱାସର ମଧ୍ୟ ବିଜୟ ହୋଇଛି। ପରିବାରବାଦୀ ପାର୍ଟି ଦେଶ ପାଇଁ କ୍ଷତିକାରକ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like