ଚାଇନିଜ ଆପ୍ ୱିବୋକୁ ବାଏ ବାଏ କଲେ ମୋଦି

ନୂଆଦିଲ୍ଲୀ: ଚୀନର ୫୯ଟି ଆପ୍‌କୁ କେନ୍ଦ୍ର ସରକାର ନିଷିଦ୍ଧ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ଏକ ଚାଇନିଜ ଆପ୍ ୱିବୋକୁ ବାଏ ବାଏ କରିଛନ୍ତି। ୱିବୋରେ ଥିବା ତାଙ୍କ ଆକାଉଣ୍ଟରୁ ମୋଦି ତାଙ୍କ ଫଟୋ ଓ ସମସ୍ତ ପୋଷ୍ଟ ଡିଲିଟ କରିଦେଇଛନ୍ତି।

ୱିବୋ ହେଉଛି ଟୁଇଟର ଭଳି ଏକ ମାଇକ୍ରୋ-ବ୍ଲଗିଂ ଆପ। ଯାହା ଚୀନରେ ଉପଲବ୍ଧ ହୋଇଥାଏ। ମୋଦି ଏଥିର ଚାଇନିଜ ଭାଷାରେ ତାଙ୍କ ମେସେଜ ପୋଷ୍ଟ କରୁଥିଲେ। ୨୦୧୫ରେ ଚୀନ ଗସ୍ତ ପୂର୍ବରୁ ସେ ଏହି ଆକାଉଣ୍ଟ  ଖୋଲିଥିଲେ। ଏଥିରେ ପ୍ରାୟ ୧୧୫ଟି ମେସେଜ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପୋଷ୍ଟ କରାଯାଇଥିଲା।

ତେବେ ଏଥିରେ ଭିଆଇପି ଆକାଉଣ୍ଟ ହଟାଇବ ପାଇଁ ପ୍ରକ୍ରିୟା ଜଟିଳ ହୋଇଥିବାରୁ ଅନୁମତି ମିଳିବାରେ ବିଳମ୍ବ ହୋଇଥିଲା। ତେବେ ଇତି ମଧ୍ୟରେ ମୋଦି ମାନୁଆଲ ଭାବେ ତାଙ୍କର ସମସ୍ତ ପୋଷ୍ଟଗୁଡ଼କୁ ଡିଲିଟ  କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ

ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

You might also like