ଏପ୍ରିଲ ୨୭ରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମୁକାବିଲାକୁ ନେଇ ଆସନ୍ତା ଏପ୍ରିଲ ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ।

ଏପ୍ରିଲ ୨୭ ତାରିଖ ସକାଳ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ଆରମ୍ଭ ହେବ। ଏହି ସମୟରେ ରାଜ୍ୟଗୁଡ଼ିକର କରୋନା ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ।

କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି ।

ମେ’ ୩ ତାରିଖରେ ଏହି ଅବଧି ଶେଷ ହେବ। ମେ’ ୩ ପରେ ଲକଡାଉନ ବଢ଼ିବ କି ନାହିଁ କିମ୍ବା କେଉଁ ସବୁ ଅଞ୍ଚଳରେ ଲକଡାଉନ ନିଷ୍ପତ୍ତି କୋହଳ ହେବ, ସେ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିପାରନ୍ତି। 

You might also like