ପ୍ରଧାନମନ୍ତ୍ରୀ ମୋଦିଙ୍କ ପର୍ସନାଲ୍‌ ୱେବ୍‌ସାଇଟ୍‌ର ଟ୍ୱିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ୱେବ୍‌ସାଇଟ୍‌ ଓ ନରେନ୍ଦ୍ର ମୋଦି ମୋବାଇଲ୍‌ ଆପ୍‌ର ଅଫିସିଆଲ୍‌ ଟ୍ୱିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ୧୫ରେ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିବା ଜଣାପଡ଼ିଛି। ଏହି ଆକାଉଣ୍ଟ୍‌ରେ ୨.୫ ମିଲିୟନ ଫଲୋଅର୍ସ ଅଛନ୍ତି।

ଜନ୍‌ ୱିକ୍‌ (hckindia@tutanota.com) ପକ୍ଷରୁ ଏହି ଆକାଉଣ୍ଟ ହ୍ୟାକ୍‌ କରାଯାଇଥିବା  ଜଣାପଡ଼ିଛି। ହ୍ୟାକ୍‌ ପରେ ହ୍ୟାକର୍ସମାନେ ଏହି ଆକାଉଣ୍ଟରେ ଥିବା ଫଲୋର୍ସଙ୍କୁ କୋଭିଡ -୧୯ ମୁକାବିଲା ପାଇଁ ପିଏମ୍ ନ୍ୟାସ୍‌ନାଳ୍‌ ରିଲିଫ୍ ଫଣ୍ଡ୍‌କୁ ଆର୍ଥିକ ସହଯୋଗ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ସିରିଜ୍‌ ଅଫ୍‌ ଟ୍ୱିଟ୍‌ ଜାରି କରି cryptocurrency ମାଧ୍ୟମରେ ଅର୍ଥରାଶି ସହଯୋଗ କରିବାକୁ ହ୍ୟାକର୍ସମାନେ କହିଥିଲେ। ହେଲେ ପରେ ଜଣାପଡ଼ିଥିଲା ଯେ, ଏହା ହ୍ୟାକର୍ସଙ୍କ କାରନାମା।

ଟ୍ୱିଟର ପକ୍ଷରୁ ପୂରା ଘଟଣାର ସବିଶେଷ ଯାଞ୍ଚ କରାଯିବା ସହ ଆକାଉଣ୍ଟ୍‌କୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। 

ଅନ୍ୟପକ୍ଷରେ, ହ୍ୟାକିଂ ହୋଇଥିବା ଏହି ଟ୍ୱିଟର୍ ଆକାଉଣ୍ଟରୁ ସଂପୃକ୍ତ ହ୍ୟାକ୍‌ ସମ୍ପର୍କିତ ଟ୍ୱିଟ୍‌କୁ ହଟାଇ ଦିଆଯାଇଛି।

ପଢ଼ନ୍ତୁ: ବିଶ୍ୱର ବଡ଼ ବଡ଼ ନେତା, ଶିଳ୍ପପତିଙ୍କ ଟ୍ୱିଟର୍‌ ଆକାଉଣ୍ଟ ହ୍ୟାକ୍

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like