ପରୀକ୍ଷା ପାଇଁ ଚର୍ଚ୍ଚା ; ପିଏମ୍‌ କହିଲେ, ବିଫଳତାରୁ ସଫଳତାର ରାସ୍ତା ମିଳେ

ନୂଆଦିଲ୍ଲୀ: ବିଫଳତାରୁ ସଫଳତାର ରାସ୍ତା ମିଳେ। ବିଫଳ ହୋଇ ନିରାଶ ନହେବା ଅପେକ୍ଷା ଏଥିରୁ ଶିକ୍ଷା ନେଇ ସଫଳତା ହାସଲ କରନ୍ତୁ। ଏପରି କିଛି ଢଙ୍ଗରେ ଆଜି ଛାତ୍ରଛାତ୍ରୀଙ୍କୁ ଟିପସ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦିଲ୍ଲୀ ତାଲକଟୋରା ଷ୍ଟାଡିୟମ୍‌ରେ ଛାତ୍ରଛାତ୍ରୀଙ୍କ ୱାନ୍ ଟୁ ୱାନ୍ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଯୋଗ ଦେଇଥିଲେ ମୋଦୀ।

ଏହି ଅବସରରେ ମୋଦୀ ପିଲାଙ୍କୁ କହିଛନ୍ତି ‘ଏହି ଦଶନ୍ଧି ସମ୍ଭାବନାର ଦଶନ୍ଧି। ଆପଣଙ୍କ ଯୋଗଦାନ ମହତ୍ତ୍ୱପୂର୍ଣ୍ଣ। ମୋର ସବୁ କାମ ଅପେକ୍ଷା ମୋତେ ପରୀକ୍ଷା ପେ ଚର୍ଚ୍ଚା ଭଲଲାଗେ। ପିଲାଙ୍କ ସହ ମିଶିଲେ, ବିଭିନ୍ନ ଅନୁଭୂତି ମିଳିଥାଏ।’

Image result for parikshya pe charcha with student"

ପରୀକ୍ଷା ପୂର୍ବରୁ ପିଲାଙ୍କ ସହ ବାପାମା ବି ଚାପରେ ରହିଥାନ୍ତି। ଏଣୁ ଅଭିଭାବକ ମାନଙ୍କ ବୋଝ ହ୍ରାସ କରିବାକୁ ଏହା ଏକ ଉଦ୍ୟମ ବୋଲି କହିଛନ୍ତି କହିଛନ୍ତି ମୋଦୀ। ଅନେକ ସମୟରେ ବାହ୍ୟ ପରିସ୍ଥିତି ପିଲାଙ୍କ ମୁଡ୍ ଅଫ୍ କରିଦିଏ। କିନ୍ତୁ ଏଭଳି ସମୟରେ ସେଲ୍ଫ ମୋଟିଭେସନ ଆବଶ୍ୟକ। ଏଥିସହିତ ପିଲାଙ୍କ ସହିତ ଚନ୍ଦ୍ରଯାନ ସମୟର ଅନୁଭୂତି ବାଣ୍ଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

You might also like