ସ୍ଥାନୀୟ ସାମଗ୍ରୀ କିଣିବା ଓ ପ୍ରଚାର ପ୍ରସାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ଲକ୍‌ଡାଉନ୍‌-୪ ଘୋଷଣା କରିବା ସହିତ ଦେଶର ଅର୍ଥନୀତିକୁ ତୀବ୍ର ଗତି ଦେବାକୁ ୨୦ ଲକ୍ଷ କୋଟିର ବଡ଼ ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପ୍ୟାକେଜ୍‌ରେ କୃଷିଠାରୁ ଆରମ୍ଭ କରି କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ତା ସହିତ ଶିଳ୍ପ ପାଇଁ ମଧ୍ୟ ଘୋଷଣା ହୋଇଛି।

ତେବେ ଆଜିର ସମ୍ବୋଧନରେ ଉତ୍ପାଦିତ ସ୍ୱଦେଶୀ ତଥା ସ୍ଥାନୀୟ ସାମଗ୍ରୀ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହି ଅବସରରେ ସେ କହିଛନ୍ତି, କରୋନା ସଂକଟ ଆମକୁ ସ୍ଥାନୀୟ ଉତ୍ପାଦ, ସ୍ଥାନୀ ରପ୍ତାନୀର ଚେନ୍‌ର ଗୁରୁତ୍ୱ ବୁଝେଇ ଦେଇଛି। ଏହି ବିପଦରେ ସ୍ଥାନୀୟମାନେ ହିଁ ଆମକୁ ବଞ୍ଚାଇ ରଖିଛନ୍ତି। ତେଣୁ ସ୍ଥାନୀୟ ସାମଗ୍ରୀ ବା ସ୍ୱେଦେଶୀ ସାମଗ୍ରୀ ଆମ ଜୀବନର ମନ୍ତ୍ର କରିବାକୁ ପଡ଼ିବ ବୋଲ ମୋଦି କହିଛନ୍ତି। ଏମିତି ହେଲେ ଦିନେ ଏହି ଛୋଟ ଛୋଟ ସାମଗ୍ରୀ ବଡ଼ ବ୍ରାଣ୍ଡ ହୋଇପାରିବ।

ଆଜିର ବଡ଼ ବଡ଼ ବ୍ରାଣ୍ଡ ବି ଦିନେ ଲୋକାଲ୍‌ ଥିଲା। ସେଠାକାର ଲୋକେ ଏଗୁଡ଼ିକୁ ବ୍ୟବହାର କରିବା ଓ ପ୍ରଚାର ପ୍ରସାର କରିବା ଦ୍ୱାରା ଏହା ଗ୍ଲୋବାଲ୍‌ ବ୍ରାଣ୍ଡରେ ପରିଣତ ହୋଇଗଲେ। ସେହିଭଳି ଆମକୁ ବି କରିବପାକୁ ପଡ଼ିବ। ଆମକୁ ବି ସ୍ଥାନୀୟ ସାମଗ୍ରୀ କିଣିବାକୁ ପଡ଼ିବ ତା’ର ପ୍ରଚାର ଓ ପ୍ରସାର କରିବାକୁ ପଡ଼ିବ। ତେବେ ଯାଇ ସ୍ଥାନୀୟ ସାମଗ୍ରୀ ବି ଦିନେ ଗ୍ଲୋବାଲ୍ ବ୍ରାଣ୍ଡ ହୋଇପାରିବ।

ତେଣୁ ଆଜି ଠାରୁ ପ୍ରତ୍ୟେକ ଭାରତବାସୀଙ୍କୁ ନିଜ ଲୋକାଲ୍‌ ପାଇଁ ଭୋକାଲ୍ ହେବାକୁ ପଡ଼ିବ। ସ୍ଥାନୀୟ ଦ୍ରବ୍ୟ କିଣିବା ସହିତ ତା’ର ପୂରା ପ୍ରଚାର କରିବାକୁ ପଡ଼ିବ। ଆଉ ମୋର ବିଶ୍ୱାସ ଯେ ଆମ ଦେଶବାସୀ ଏହା କରିପାରିବେ ବୋଲି ମୋଦି କହିଛନ୍ତି।

ଏହି ଅବସରରେ ସେ ଖଦି ଓ ହେଣ୍ଡଲୁମ୍‌ର ଉଦାରଣ ବି ଦେଇଥିଲେ। ମୋଦି କହିଥିଲେ, ମୁଁ ଦିନେ ଖଦି ଓ ଓ ହ୍ୟାଣ୍ଡଲୁମର ବ୍ୟବହାର କଥା କହିଥିଲି। ଆପଣମାନେ ତାକୁ ଏତେ ମାତ୍ରାରେ ପ୍ରୋତ୍ସାହନ ଦେଲେ ଯେ ଆଜି ବହୁତ କମ୍‌ ସମୟରେ ଖଦି ଓ ହ୍ୟାଣ୍ଡଲୁମ୍‌ ରେକର୍ଡ ସ୍ତରରେ ପହଞ୍ଚିଛି। ଆପଣମାନେ ତାକୁ ବ୍ରାଣ୍ଡ ବନାଇ ଦେଇଛନ୍ତି। ସ୍ଥାନୀୟ ସାମଗ୍ରୀର ବିକାଶରେ ଦେଶର ଅର୍ଥନୀତି ସୁଧୁରିପାରିବ ବୋଲି ମୋଦି କହିଥିଲେ।

 

 

You might also like