ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ। ୨୧ ଦିନିଆ ଲକ୍ଡାଉନ୍ ଘୋଷଣା ପରେ ପ୍ରଥମ ଥର ପାଇଁ ମନ କି ବାତ୍ ଜରିଆରେ ଦେଶବାସୀଙ୍କୁ ବାର୍ତ୍ତା ପହଞ୍ଚାଇବେ ମୋଦି। ଦେଶରେ କରୋନା ବ୍ୟାପିବା ପରେ ଏନେଇ ମୋଦି ଦେଶବାସୀଙ୍କୁ ସାହାସ ଓ ଏହାର ମୁକାବିଲା ନେଇ ବାଟ ବତାଇବେ।
ଏନେଇ ଟ୍ୱିଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦି କିଛି ନୂଆ ତଥ୍ୟ ସହ ଲକ୍ଡାଉନ୍ ସମ୍ପର୍କିତ କିଛି ବିଶେଷ ସୂଚନା ରଖି ପାରନ୍ତି। ଯାହା ଉପରେ ଏବେ ସାରା ଦେଶର ନଜର ରହିଛି। ଦିନ ଠିକ୍ ୧୧ଟା ବେଳେ ପୂର୍ବ ପରି ଆଜି ମନ୍ କି ବାତ୍ ଦୂରଦର୍ଶନ ଓ ଅଲ୍ ଇଣ୍ଡିଆ ରେଡିଓରେ ପ୍ରସାରଣ ହେବ।